ଟମାଟୋ ବିକି ଏକ ମାସରେ କୋଟିପତି ହେଲେ ଚାଷୀ, ଗୋଟିଏ ଦିନରେ 18 ଲକ୍ଷ ରୋଜଗାର !
ସାରା ଦେଶରେ ଟମାଟୋର ନାଲି ଆଖି ଖାଉଟିଙ୍କ ପକେଟ୍ ଉପରେ ଭାରୀ ପଡ଼ିଛି । ବଜାରରେ ଟମାଟୋ ଦର ବଢିବା ପରେ ସାଧାରଣ ଗ୍ରାହକଙ୍କ ଉପରେ ଚଡ଼କ ପଡ଼ିଥିବା ବେଳେ ମାଲାମାଲ୍ ହେଉଛନ୍ତି ବେପାରୀ ଓ କୃଷକ । ଏମିତି କି ଟମାଟୋ ବିକି ଚାଷୀ କୋଟିପତି ବନି ଯାଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ । ଜଣେ ଟମାଟୋ ଚାଷୀ ଜ୍ୟାକପଟ୍ ଜିତିବା ଭଳି ମାମଲା ଦେଖିବାକୁ ମିଳିଛି । ଜଣେ କୃଷକ ଏକ ମାସରେ 13,000 କ୍ରେଟ ଟମାଟୋ ବିକ୍ରି କରି 1.5 କୋଟି ଟଙ୍କା ରୋଜଗାର କରିଛନ୍ତି । ଜୁନ୍ନାରର ଅନେକ କୃଷକ ଯେଉଁମାନେ ଟମାଟୋ ଚାଷ କରୁଛନ୍ତି ସେମାନେ ବର୍ତ୍ତମାନ କୋଟିପତି ହୋଇଛନ୍ତି ।
ଜୁନ୍ନାରର ଟମାଟୋ ଚାଷୀ ତୁକାରାମ ଭଗୋଜି ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ 13,000 କ୍ରେଟ୍ ଟମାଟୋ ବିକ୍ରି କରି 1.5 କୋଟିରୁ ଅଧିକ ରୋଜଗାର କରିଛନ୍ତି । ତୁକାରାମ 18 ଏକର ଚାଷ ଜମି ଅଛି । ତାଙ୍କ ପୁଅ ଇଶ୍ୱର ଗାୟକର ଏବଂ ବୋହୂ ସୋନାଲିଙ୍କ ସହାୟତାରେ 12 ଏକର ଜମିରେ ଟମାଟୋ ଚାଷ କରନ୍ତି । ପରିବାର କହିଛନ୍ତି ଯେ ସେମାନେ ଭଲ କିସମର ଟମାଟୋ ଚାଷ କରନ୍ତି । ସାର ଏବଂ କୀଟନାଶକ ସମ୍ବନ୍ଧୀୟ ଜ୍ଞାନ ହେତୁ ସେମାନଙ୍କର ଫସଲର ରୋଗପୋକ ନିୟନ୍ତ୍ରଣ କରିବାରେ ଅସୁବିଧା ହୁଏ ନାହିଁ କି, ଚାଷରୋ ପୋକ ଲାଗନ୍ତି ନାହିଁ । ଫଳରେ ଉନ୍ନତମାନର ଟମାଟୋ ଅମଳ କରନ୍ତି ।
କୃଷକ ଟମାଟୋ ବିକ୍ରି କରି ଦିନକୁ 2,100 ଟଙ୍କା ରୋଜଗାର କରୁଥିଲେ । ତୁକାରାମ ଶୁକ୍ରବାର ଦିନ ମୋଟ 900 କ୍ରେଟ ବିକ୍ରି କରି ଗୋଟିଏ ଦିନରେ 18 ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଗତ ମାସରେ ସେ ଟମାଟୋର ମାନକୁ ଧ୍ୟାନରେ ରଖି କ୍ରେଟ ପିଛା 1000 ରୁ 2,400 ଟଙ୍କା ମୂଲ୍ୟରେ ବିକ୍ରି କରିଥିଲେ ।
ଭଲ ଗୁଣବତ୍ତା (20 କିଲୋଗ୍ରାମ) କ୍ରେଟ୍ ଟମାଟୋର ସର୍ବାଧିକ ମୂଲ୍ୟ 2500 ଟଙ୍କା ଅର୍ଥାତ୍ ଜୁନନୁ କୃଷି ଉତ୍ପାଦନ ବଜାର କମିଟି, ନାରାୟଣଗଞ୍ଜରେ କିଲୋଗ୍ରାମ ପିଛା 125 ଟଙ୍କା ଥିଲା । ଏହି କମିଟି ଟମାଟୋ ବିକ୍ରି କରି ଏକ ମାସରେ 80 କୋଟି ଟଙ୍କା ବ୍ୟବସାୟ କରିଛି ଏବଂ ଏହି ଅଞ୍ଚଳର 100 ରୁ ଅଧିକ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଯୋଗାଇ ଦେଇଛି ।
ଟମାଟୋ ବିକ୍ରୟ କରି କୃଷକମାନେ କୋଟିପତି ହେବା କଥା କେବଳ ମହାରାଷ୍ଟ୍ରରେ ସୀମିତ ନାହିଁ, କର୍ଣ୍ଣାଟକର କୋଲାର କୃଷକଙ୍କ ପରିବାର ଏହି ସପ୍ତାହରେ 2,000 ବାକ୍ସ ଟମାଟୋ ବିକ୍ରି କରି 38 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।












Click it and Unblock the Notifications