Fact Check : ମୋଦୀ ସରକାର 'କରୋନା କେୟାର ଫଣ୍ଡ' ଅଧୀନରେ ସମସ୍ତଙ୍କୁ 4000 ଟଙ୍କା ଦେଉଛନ୍ତି କି ? ଜାଣନ୍ତୁ କଣ ରହିଛି ସତ୍ୟତା
ଭାଇରାଲ୍ ମେସେଜରେ ଏହି ଯୋଜନାର ନାମ 'କରୋନା କେୟାର ଫଣ୍ଡ ସ୍କିମ୍' ରଖାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଦାବିର ସତ୍ୟତା କ'ଣ ।
ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ସୋଶାଲ ମିଡ଼ିଆରେ ପ୍ରାୟ ସମୟରେ କିଛି ନା କିଛି ମେସେଜ ଭାଇରାଲ ହେବାରେ ଲାଗିଛି । ଏବେ ଏକ ହ୍ୱାଟସ୍ ଆପ୍ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସରକାର ସମସ୍ତଙ୍କୁ 4000 ଟଙ୍କା ସହାୟତା ପ୍ରଦାନ କରୁଛନ୍ତି ବୋଲି ଦାବି କରାଯାଉଛି । ଭାଇରାଲ୍ ମେସେଜରେ ଏହି ଯୋଜନାର ନାମ 'କରୋନା କେୟାର ଫଣ୍ଡ ସ୍କିମ୍' ରଖାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଦାବିର ସତ୍ୟତା କ'ଣ ।

ହ୍ୱାଟସ୍ ଆପରୁ ଆରମ୍ଭ କରି ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିବା ମେସେଜରେ କୁହାଯାଇଛି 'କରୋନା କେୟାର ଫଣ୍ଡ ସ୍କିମ' ଅଧୀନରେ ଭାରତ ସରକାର 4000 ଟଙ୍କା ସହାୟତା କରୁଛନ୍ତି । ଏହା ମଧ୍ୟ ଦାବି କରାଯାଉଛି ଯେ ନିମ୍ନରେ ଥିବା ଫର୍ମ ପୂରଣ କରି ଆପଣଙ୍କୁ ଚାରି ହଜାର ଟଙ୍କା ମିଳିବ । ଏଭଳି ପରିସ୍ଥିତିରେ ଏପରି ଯୋଜନା ପ୍ରକୃତରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି କି ନାହିଁ ତାହା ଜାଣିବା ନିହାତି ଜରୁରୀ ।
ଭାଇରାଲ ହେଉଥିବା ଏହି ମେସେଜର ଅନୁସନ୍ଧାନ କରାଯାଇଛି । ପ୍ରେସ ଇନଫରମେସନ୍ ବ୍ୟୁରୋର ଫ୍ୟାକ୍ଟ ଚେକ୍ ଦଳ ଏହି ମେସେଜ ଭାଇରାଲ ହେବା ପରେ ଅନୁସନ୍ଧାନ କରିବା ପରେ ପ୍ରକୃତ ସତ୍ୟ ବିଷୟରେ ମଧ୍ୟ ସୂଚନା ଦେଇଛି । ଫ୍ୟାକ୍ଟ ଚେକ୍ ଦଳ ଏହି ଦାବିକୁ ଭିତ୍ତିହୀନ ବୋଲି କହିଛନ୍ତି ।
एक #WhatsApp मैसेज में दावा किया जा रहा है कि भारत सरकार 'कोरोना केयर फंड योजना' के तहत सभी को ₹4000 की सहायता राशि प्रदान कर रही है।#PIBFactCheck: यह दावा #फ़र्ज़ी है। भारत सरकार द्वारा ऐसी कोई योजना नहीं चलाई जा रही है। pic.twitter.com/SSLK6x66He
— PIB Fact Check (@PIBFactCheck) July 2, 2021
PIB ଦ୍ୱାରା କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ ଏହି ଭାଇରାଲ୍ ମେସେଜ୍ ରେ ଦିଆଯାଇଥିବା ଏହି ଦାବି ମିଥ୍ୟା । ଏଥିରେ କୌଣସି ସତ୍ୟତା ନାହିଁ । ଏହି ମିଥ୍ୟା ଦାବିକୁ ବାସ୍ତବତାରେ ପରିଣତ କରିବାର ପ୍ରୟାସ ଭାବରେ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ମଧ୍ୟ ରହିଛି । ତେବେ ଏହା ସ୍ପଷ୍ଟ ଯେ ଭାରତ ସରକାରଙ୍କ ପାଖରେ ଏଭଳି ଯୋଜନା ନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications