ଇଞ୍ଜିନିୟର ଦିବସ: ଭାରତର ପ୍ରଥମ ଇଞ୍ଜିନିୟର କିଏ ? କାହିଁକି ପାଳନ କରାଯାଏ ଇଞ୍ଜିନିୟର ଦିବସ...

ନୂଆଦିଲ୍ଲୀ : ଆଜି ଇଞ୍ଜିନିୟର ଦିବସ । ଏହି ଦିନ ସାରା ଭାରତ ସାର୍ ଏମ ବିଶ୍ୱେଶ୍ୱରୈୟାଙ୍କୁ ସ୍ମରଣ କରିଥାଏ । ତେବେ ଆପଣ ଜାଣନ୍ତି କି କିଏ ଏହି ସାର୍ ଏମ ବିଶ୍ୱେଶ୍ୱରୈୟା ? କାହିଁକି ଆଜିର ଦିନକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଏ ?

ଭାରତର ପ୍ରଥମ ଇଞ୍ଜିନିୟର ଥିଲେ ସାର୍‌ ଏମ୍‌ ବିଶ୍ୱେଶ୍ୱରୈୟା । ଇଞ୍ଜିନିୟରିଂ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ତାଙ୍କର ଜନ୍ମବାର୍ଷିକୀକୁ ଦେଶରେ ଇଞ୍ଜିନିୟର୍ସ ଡେ' ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ଏହି ଦିନଟିକୁ ସମସ୍ତ ଇଞ୍ଜିନିୟରଙ୍କୁ ସମ୍ମାନିତ କରିବା ଲାଗି ପାଳନ କରାଯାଏ ।

Mokshagundam Visvesvaraya

ସଂକ୍ଷେପରେ MV ଭାବରେ ଜଣାଶୁଣା ବିଶ୍ୱଶ୍ୱରୈୟା ବ୍ରିଟିଶ ଶାସନରୁ ସ୍ୱାଧୀନ ହେବା ପରେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଥିଲେ । ଭିତ୍ତିଭୂମି ବିକାଶରେ MV ଙ୍କ ଅବଦାନ ଉଲ୍ଲେଖନୀୟ । ଜାତୀୟ ଇଞ୍ଜିନିୟର ଦିବସ ପ୍ରତିବର୍ଷ 15 ସେପ୍ଟେମ୍ବରରେ ଭାରତରେ ପାଳନ କରାଯାଏ । ଏହା ସହିତ ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ଇଞ୍ଜିନିୟର ଦିବସ ଭାବରେ ବିଶ୍ୱେଶ୍ୱରୈୟାଙ୍କ ଅବଦାନକୁ ସ୍ମରଣ କରାଯାଏ ।

ମହାନ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରୈୟାଙ୍କ ସଫଳତାକୁ ସ୍ମରଣ କରିବା ଏବଂ ସେଥିରୁ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଇଞ୍ଜିନିୟରିଂ କ୍ଷେତ୍ରକୁ କିପରି ଉନ୍ନତ କରାଯିବ ସେ ସମ୍ବନ୍ଧରେ ଚିନ୍ତନ ମନ୍ଥନ କରିବାର ଏକ ସୁବର୍ଣ୍ଣ ସୁଯୋଗ । 15 ସେପ୍ଟେମ୍ବର 1861 ରେ କର୍ଣ୍ଣାଟକର ମୁଦାନହଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଶ୍ୱେଶ୍ୱରୈୟା ସ୍କୁଲ ପଢା ଶେଷ କରିବା ପରେ କଳା ସାହିତ୍ୟରେ ଅଧ୍ୟୟନ କରିଥିଲେ । କିନ୍ତୁ ପରେ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ବଢିଥିଲା ।

କର୍ଣ୍ଣାଟକର ଚିକବଲପୁର ଜିଲ୍ଲାର ଏକ ଗାଁରେ ବିଶ୍ୱେଶ୍ୱରୈୟାଙ୍କ ଜନ୍ମ । ସେ ନିଜ ସହରରେ ପାଠପଢିବା ପରେ ମାଡ୍ରାସ ବିଶ୍ୱବିଦ୍ୟାଳୟ ଯିବାକୁ ସ୍ଥିର କଲେ । ବିଶ୍ୱେଶ୍ୱରୈୟା ମାଡ୍ରାସ ବିଶ୍ୱବିଦ୍ୟାଳୟରେ କଳା କ୍ଷେତ୍ରରେ ସ୍ନାତକ (ବିଏ) କରିଥିଲେ । ଏହା ପରେ ସେ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ସ୍ଥିର କଲେ । ଅଧ୍ୟୟନର ଷ୍ଟ୍ରିମରେ 360 ଡିଗ୍ରୀ ମୋଡ଼ ନେଇଥିବା ବିଶ୍ୱେଶ୍ୱରୈୟା ପୁଣେ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚିଥିଲେ । ଏଠାରେ ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ ।

ସାର୍ ଏମ୍.ଭି ଭାବରେ ଜଣାଶୁଣା ବିଶ୍ୱେଶ୍ୱରୈୟା ବହୁ ଜଟିଳ ପ୍ରକଳ୍ପ ଆରମ୍ଭ କରିଥିଲେ । ସେ ତାଙ୍କ ଇଞ୍ଜିନିୟରିଂ କ୍ୟାରିଅରରେ ଭାରତରେ ଭିତ୍ତିଭୂମି ବିକାଶ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଖାଦ୍ୟ ଯୋଗାଣ ସ୍ତର ଏବଂ ସଂରକ୍ଷଣକୁ 'ବ୍ଲକ୍ ସିଷ୍ଟମ୍' କୁହାଯାଏ । ଏହା ପଛରେ ତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । 1903 ରେ ସେ ଏହାକୁ ପେଟେଣ୍ଟ କରିଥିଲେ । ପୁଣେ ନିକଟ ଖଡକୱାସଲା ଜଳଭଣ୍ଡାରରେ MV ଏକ ଜଳସେଚନ ପ୍ରଣାଳୀ ବିକଶିତ ଏବଂ ସ୍ଥାପନ କରିଥିଲେ ଏବଂ ପରେ ଏହା ମଧ୍ୟ ପେଟେଣ୍ଟ୍ ହେଲା ।

ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ଇଣ୍ଡିଆ (IEI) ଅନୁଯାୟୀ, ଇଞ୍ଜିନିୟରିଂ କ୍ଷେତ୍ରରେ ବିଶ୍ୱେଶ୍ୱରୈୟାଙ୍କ ଅବଦାନ ବ୍ୟତୀତ ଏମଭିକୁ "ଭାରତରେ ଅର୍ଥନୈତିକ ଯୋଜନାର ଅଗ୍ରଦୂତ" ମଧ୍ୟ କୁହାଯାଏ । କର୍ଣ୍ଣାଟକର ମୈସୁର ଦିୱାନ୍ ଭାବରେ ତାଙ୍କର ସେବା ସମୟରେ, ତାଙ୍କୁ 1915 ରେ 'ନାଇଟ୍' ଉପାଧିରେ ସମ୍ମାନୀତ କରାଯାଇଥିଲା । 1955 ମସିହାରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମୟରେ ବିଶ୍ୱେଶ୍ୱରୈୟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର - ଭାରତ ରତ୍ନ ରେ ସମ୍ମାନୀତ କରାଯାଇଥିଲା । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏମ.ଭି. ଙ୍କୁ ଭାରତ ରତ୍ନ ପ୍ରଦାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+