ନିର୍ବାଚନୀ କାଳି: କାହିଁକି ଶୀଘ୍ର ଛାଡ଼େ ନାହିଁ ? କିଏ କରିଥିଲେ ଏହି ନିୟମ ?

ଏବେ ମତଦାନ ସମ୍ବନ୍ଧିୟ ଏକ ପ୍ରଶ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ହେଉଛି ମତଦାନ ପରେ ଆଙ୍ଗୁଳିରେ ଲଗାଯାଉଥିବା କାଳି ସହଜରେ କାହିଁକି ଛାଡ଼େନାହିଁ ?

ଭୁବନେଶ୍ୱର: ଆଜି ଶେଷ ହୋଇଛି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ଲୋକେ ନିର୍ବାଚନ କେନ୍ଦ୍ରକୁ ଯିବେ ଆଉ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ। ତେବେ ପ୍ରତ୍ୟେକ ନିର୍ବାଚନରେ ଏକ ମୁଖ୍ୟ ଆକର୍ଷଣ ହେଉଛି ନିର୍ବାଚନ କାଳି । ଏବେ ମତଦାନ ସମ୍ବନ୍ଧିୟ ଏକ ପ୍ରଶ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ହେଉଛି ମତଦାନ ପରେ ଆଙ୍ଗୁଳିରେ ଲଗାଯାଉଥିବା କାଳି ସହଜରେ କାହିଁକି ଛାଡ଼େନାହିଁ ?

Electoral Ink

କାହିଁକି ଶୀଘ୍ର ଛାଡ଼େ ନାହିଁ ?

ଆଙ୍ଗୁଠିରେ ଲଗାଯାଉଥିବା ଏହି ନୀଳ ରଙ୍ଗର କାଳି ବର୍ତ୍ତମାନ ଆମ ନିର୍ବାଚନର ପ୍ରତୀକ ଭାବେ ବିବେଚନା କରାଯାଉଛି। କିଏ ଭୋଟ୍ ଦେଇଛି ଏବଂ କିଏ ଦେଇ ନାହିଁ ତାହା ଏହି କାଳି ହିଁ ଜଣେଇଦିଏ। ଅତି କମରେ ଏହି ଚିହ୍ନ ୧୫ ଦିନ ପୂର୍ବରୁ ଲିଭେ ନାହିଁ।

ରିପୋର୍ଟ ମୁତାବକ ନିର୍ବାଚନରେ ବ୍ୟବହାର କରାଯାଉଥିବା କାଳି ଭାରତରେ ମାତ୍ର ଗୋଟିଏ କମ୍ପାନୀ ତିଆରି କରେ। ମୈସୁର ପେଣ୍ଟ ଏଣ୍ଡ ବାର୍ନିସ ଲିମିଟେଡ ନାମକ ଏକ କମ୍ପାନୀ ଏହି ନୀଳ ରଙ୍ଗର କାଳି ଉତ୍ପାଦନ କରେ ।

ଏମବିପିଏଲ ନାମକ ଏହି କମ୍ପାନୀ ଏହି କାଳିକୁ ଖୁଚୁରାରେ ବିକ୍ରି କରେ ନାହିଁ । କିନ୍ତୁ ଏହି କାଳିକୁ ସରକାର କିମ୍ବା ନିର୍ବାଚନ ସହ ଯଡ଼ିତ ଏଜେନ୍ସି କିଣିଥାଆନ୍ତି । ଏହି କମ୍ପାନୀ ଭାରତର ଏହି ଫୁଲପୃଫ କାଳିର ଏକ ମାତ୍ର ଅଧିକୃତ ଯୋଗଣକାରୀ ଅଟେ। ଏହି କମ୍ପାନୀ ପାଖରେ ୧୯୬୨ ମସିହାରୁ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାସ ନିଗମ ଦ୍ୱାରା ଦିଆଯାଇଥିବା ବିଶେଷ ଲାଇସେନ୍ସ ରହିଛି । ୧୯୬୨ ରେ ଭାରତୀୟ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା ଓ ଏହି ନିଗମ ସହଯୋଗରେ କମ୍ପାନୀ ସହିତ ନିର୍ବାଚନ ପାଇଁ ଏହି କାଳିର ଯୋଗାଣ ପାଇଁ ବୁଝାମଣା କରାଯାଇଥିଲା ।

Electoral Ink

ନିର୍ବାଚନ କାଳିର ଇସିହାସ:

କର୍ଣ୍ଣାଟକର ଏକ ଜାଗା ଅଛି ଯାହାର ନାମ ମୈସୁର୍। ଏହି ସ୍ଥାନ ପୂର୍ବରୁ ୱାଡିୟାର ରାଜବଂଶ ଦ୍ୱାରା ଶାସିତ ହେଉଥିଲା। ସ୍ୱାଧୀନତା ପୂର୍ବରୁ ଏହାର ଶାସକ ମହାରାଜା କୃଷ୍ଣରାଜ ୱାଡିୟାର୍ ଥିଲେ। ୱାଡିୟାର ରାଜବଂଶ ଦୁନିଆର ସବୁଠାରୁ ଧନୀ ରାଜବଂଶୀ ମଧ୍ୟରୁ ଅନ୍ୟତମ। ଏହି ରାଜବଂଶ ପାଖରେ ନିଜସ୍ୱ ସୁନା ଖଣି ଥିଲା। ୧୯୩୭ ମସିହାରେ କୃଷ୍ଣରାଜ ୱାଡିୟାର୍ 'ମୈସୁର ଲେକ୍ ଆଣ୍ଡ୍ ପେଣ୍ଟସ୍' ନାମକ ଏକ କାରଖାନା ସ୍ଥାପନ କଲେ। ଏହି କାରଖାନାରେ ରଙ୍ଗ ଏବଂ ବାର୍ନିସ୍‌ ତିଆରି କରାଯାଉଥିଲା।

ଭାରତ ସ୍ୱାଧୀନତା ପରେ ଏହି କାରଖାନା କର୍ଣ୍ଣାଟକ ସରକାରଙ୍କ ଅଧିକାରକୁ ଚାଲିଗଲା। ବର୍ତ୍ତମାନ କର୍ଣ୍ଣାଟକ ସରକାର ଏହି କାରଖାନାର ୯୧ ପ୍ରତିଶତ ଅଂଶଧନ ପାଉଛନ୍ତି। ୧୯୮୯ରେ ଏହି କାରଖାନାର ନାମ 'ମୈସୁର୍ ପେଣ୍ଟ୍‌ ଆଣ୍ଡ୍‌ ବାର୍ନିସ୍‌ ଲିମିଟେଡ୍‌ରେ' ପରିବର୍ତ୍ତନ କରାଗଲା।

କେବେ ଓ କାହିଁକି ଆସିଲା ଭୋଟ୍ କାଳି:

୧୯୫୧-୫୨ ମସିହାରେ ଭାରତରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ଭୋଟରଙ୍କ ଆଙ୍ଗୁଠିରେ କାଳି ଲଗାଇବା ନେଇ କୌଣସି ନିୟମ ନ ଥିଲା। କିନ୍ତୁ ନିର୍ବାଚନ ଆୟୋଗ ପାଖକୁ ଅଭିଯୋଗ ଆସିଲା ଯେ ଜଣେ ବ୍ୟକ୍ତି ଗୋଟିଏ ଜାଗାରେ ଭୋଟ୍ ଦେଇ ଅନ୍ୟ ଜାଗାରେ ମଧ୍ୟ ଦେଉଥିଲେ। ଖାଲି ଏତିକି ନୁହେଁ, ଗୋଟିଏ ଜାଗରେ ଦୁଇ ଦୁଇ ଥର ମଧ୍ୟ ଭୋଟ୍ ଦେଉଥିଲେ। ଏହି ଅଭିଯୋଗ ପରେ ଏହାକୁ ରୋକିବା ନେଇ ନିର୍ବାଚନ ଆୟୋଗ ଅନେକ ବିକଳ୍ପ ଉପରେ ବିଚାର କରିଥିଲେ। ଶେଷରେ ଏହି କାଳି ବ୍ୟବହାର କରିବାକୁ ନିଶ୍ଚିତ କରାଗଲା।

Electoral Ink

କିପରି ତିଆରି ହୁଏ ଏହି କାଳି:

ଏହି ନିଳ ରଙ୍ଗର କାଳିକୁ ବନାଇବା ପାଇଁ ସିଲଭର ନାଇଟ୍ରେଡ ନାମକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ। କାଳି ଲାଗିଲା ପରେ ଏଥିରେ ଥିବା ସିଲଭର ନାଇଟ୍ରେଡ ଶରୀରରେ ଥିବା ଲବଣାଂଶ ସହ ମିଶି ସିଲଭର କ୍ଲୋରାଇଡରେ ପରିଣତ ହୁଏ। ଯେବେ ସିଲଭର କ୍ଲୋରାଇଡ ପାଣିରେ ମିଶେ ସେତେବେଳେ ଏହା ତ୍ୱଚାରେ ଲାଖିଯାଏ। ଯେପରି ଏହି କାଳି ପାଣି ସଂସ୍ପର୍ଶରେ ଆସେ ଏହାର ରଙ୍ଗ ପରିବର୍ତ୍ତନ ହୋଇ କଳା ହୋଇଯାଏ। ପରେ ଏହା ହାତରୁ ଶୀଘ୍ର ଲିଭେ ନାହିଁ । ସେଥିପାଇଁ ଅତିକମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାଳି ତ୍ୱତଚାରୁ ଛାଡ଼େ ନାହିଁ । ଯେତେବେଳେ ଧିରେଧିରେ ତ୍ୱଚାର କୋଷ ପୁରୁଣା ହୋଇାଯାଏ ସେହି ସମୟରେ ଏହି କାଳି ଛାଡ଼ିଥାଏ। ଏହି କାଳିକୁ ଲୋକମାନେ ଇଲେକସନ ଇଙ୍କ ବା ଇଣ୍ଡେଲିବଲ ଇଙ୍କ ନାମରେ ଜାଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+