For Quick Alerts
Turn On Notification  
For Daily Alerts
Oneindia App Download

ହିମାଚଳ ପ୍ରଦେଶର ମଣ୍ଡି ନିକଟରେ ଭୂକମ୍ପ ଅନୁଭୂତ, ରିକ୍ଚର ସ୍କେଲରେ 4.1 ତୀବ୍ରତା ରେକର୍ଡ

ହିମାଚଳ ପ୍ରଦେଶର ମଣ୍ଡିରେ ଭୂ କମ୍ପ ଅନୁଭୂତ ହୋଇଛି । ମଣ୍ଡି ଠାରୁ 27 କିଲୋମିଟର ଦୂରରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବୁଧବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ରାତି ପ୍ରାୟ 9.32 ସମୟରେ ମଣ୍ଡିଠାରୁ କିଛି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

|

ସିମଲା : ହିମାଚଳ ପ୍ରଦେଶର ମଣ୍ଡିରେ ଭୂ କମ୍ପ ଅନୁଭୂତ ହୋଇଛି । ମଣ୍ଡି ଠାରୁ 27 କିଲୋମିଟର ଦୂରରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବୁଧବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ରାତି ପ୍ରାୟ 9.32 ସମୟରେ ମଣ୍ଡିଠାରୁ କିଛି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 4.1 ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ନଷ୍ଟ ହୋଇନଥିବାର ଖବର ମିଳିନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ 5 କିଲୋମିଟର ତଳେ ଥିଲା ।

earthquake

ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ । ଗତ ଦୁଇ ଦିନ ମଧ୍ୟରେ ହିମାଳୟ ଅଞ୍ଚଳରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ନଭେମ୍ବର 8 ରୁ 16 ମଧ୍ୟରେ ଉତ୍ତରାଖଣ୍ଡ-ନେପାଳ ସୀମାରେ ଥିବା ହିମାଳୟ ଅଞ୍ଚଳରେ ଅତି କମରେ 10 ଟି ଭିନ୍ନ ଭିନ୍ନ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଜାତୀୟ ସେସମୋଲୋଜି ତଥ୍ୟରୁ ଜଣାପଡିଛି ।

ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀ, ଏନସିଆର ଏବଂ ଉତ୍ତର ରାଜ୍ୟର ତେହେରୀ, ପିଥୌରାଗଡ, ବାଗେଶ୍ୱର, ପୌରୀ ଏବଂ ଉତ୍ତରାଖଣ୍ଡରେ ଜୋଶିମଠ ଠାରୁ 212 କିଲୋମିଟର ଦକ୍ଷିଣ-ପୂର୍ବରେ ନେପାଳରେ 5.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଭୂକମ୍ପ ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
earthquake near Mandi of Himachal Pradesh, 4.1 intensity was recorded on the reactor scale
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X