ଚମ୍ବାରେ ଭୂ-କମ୍ପ : ରିକ୍ଟର ସ୍କେଲରେ ତୀବ୍ରତା 2.9
ହିମାଚଳପ୍ରଦେଶର ଚମ୍ବା ଠାରେ ଶୁକ୍ରବାର ସକାଳ 6 ଟା 25 ମିନିଟ୍ ସମୟରେ ଭୂ-କମ୍ପ ଅନୁଭବ ହୋଇଛି |
ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ଚମ୍ବା ଠାରେ ଶୁକ୍ରବାର ସକାଳ 6 ଟା 25 ମିନିଟ୍ ସମୟରେ ଭୂ-କମ୍ପ ଅନୁଭବ ହୋଇଛି | ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୨.୯ ରହିଛି | ପ୍ରାଥମିକ ସୂଚନା ଅନୁଯାୟୀ, ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ଜଣାପଡି ନାହିଁ | ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ।

ସୂଚନାଯୋଗ୍ୟ, ଗତ 28 ଏବଂ 23 ଅକ୍ଟୋବରରେ ମଧ୍ୟ ହିମାଚଳର ଚମ୍ବା ଠାରେ ଦିନ 12 ଟା 17 ମିନିଟ୍ ସମଯରେ ଭୂ-କମ୍ପ ଅନୁଭୂତ ହୋଇଥିଲା | ଯାହାର ତୀବ୍ରତା ରିକ୍ଟର ସ୍କେଲରେ 4.0 ରେକର୍ଡ କରାଯାଇଥିଲା |












Click it and Unblock the Notifications