ରାଜଧାନୀରେ ବଢୁଛି ଡେଙ୍ଗୁ ଆତଙ୍କ, ଏହି ତିନିଟି ସ୍ଥାନ ହଟସ୍ପଟ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ଆତଙ୍କ । ଡେଙ୍ଗୁ ସ୍ଥିତି ଜଟିଳ ହେଉଛି । ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଡେଙ୍ଗୁ ପାଇଁ ହଟସ୍ପଷ୍ଟ ପାଲଟିଛି । ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି । ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ଅଛି । ସାଲିଆ ସାହି, ଓଲଡ ଟାଉନ, ଆଇଆରସି ଭିଲେଜ ହଟସ୍ପଟ୍ ପାଲଟିଛି । ତେଣୁ ଉକ୍ତ ଅଞ୍ଚଳରେ ଏହାର ବିସ୍ତାରକୁ ରୋକିବା ପାଇଁ ଫଗିଂ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ ।
ସମ୍ବେଦନଶୀଳ ଅଞ୍ଚଳରେ ସଫେଇକୁ ତ୍ୱରାନ୍ୱିତ କରାଯାଉଛି । ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇପାରିବ । ମଶା ଔଷଧ, ବ୍ଳିଚିଂ ପକାଯାଉଛି । ବିଏମସି 20 ଟି ଫଗିଂ ମେସିନ ମଗାଇଛି । ଏବେ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଡେଙ୍ଗୁ ରକ୍ତ ପରୀକ୍ଷା କରାଯାଉଛି । ଏହା ବ୍ୟତୀତ 22 ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପାଇଁ ଲୋକେ ରକ୍ତ ଦେଇପାରିବେ ।
ବର୍ଷା ପରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଡେଙ୍ଗୁ ରୋଗୀ । ଜୁନ୍ 30 ସୁଦ୍ଧା 175 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 10 ହଜାର 700 ଟେଷ୍ଟ ମଧ୍ୟରୁ 175 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା 175 ଜଣଙ୍କ ମଧ୍ୟରୁ 93 ଜଣ ରୋଗୀ କେବଳ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications