କୁକୁର ଆକ୍ରମଣ ଭୟରେ ତିନି ମହଲା ଉପରୁ ଡେଇଁ ପଡ଼ିଲେ ଡେଲିଭରୀ ଏଜେଣ୍ଟ

ହାଇଦ୍ରାବାଦ: ହାଇଦ୍ରାବାଦରେ କୁକୁର ଆକ୍ରମଣକୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । କୁକୁର ଆକ୍ରମଣ ଭୟରେ ତିନି ମହଲା ବାଲକୋନୀ ଉପରୁ ଡେଇଁ ପଡ଼ିଛନ୍ତି ଜଣେ ଡେଲିଭରୀ ଏଜେଣ୍ଟ । ଯୁବକ ଜଣକ ଆହତ ହୋଇ ବର୍ତ୍ତମାନ ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି ।
ଏଭଳି ଘଟଣା ଘଟିଛି ହାଇଦ୍ରାବାଦ ରଙ୍ଗାରେଡୀ ଜିଲ୍ଲା ମଣିକୋଣ୍ଡା ନିକଟ ପଞ୍ଚବଟୀ କଲୋନୀରେ ଥିବା ଶ୍ରୀନୀଧି ହାଇଟ୍ସ ଆପାର୍ଟମେଣ୍ଟ । ଜଣେ ଇ-କମର୍ସ କମ୍ପାନୀର ଡେଲିଭରି ବୟ ତିନି ମହଲାରୁ ଡେଇଁ ପଡ଼ିଛନ୍ତି ।
ଜଣେ ଗ୍ରାହକ ଘରକୁ ପାର୍ସଲ ଡେଲିଭରୀ କରିବାକୁ ଆସିଥିବା ଜଣେ ଏଜେଣ୍ଟ କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସେ ଆପାର୍ଟମେଣ୍ଟ ବିଲଡିଂରୁ ଡେଇଁପଡିଥିଲେ । ଏହି ଅଭାବନୀୟ ଘଟଣା ମେ 21 ରେ ଘଟିଥିଲା ।
ଗ୍ରାହକ ଜଣକ ଏକ ଗଦି ଆର୍ଡର କରିଥିଲେ । ଏହାକୁ ଡେଲିଭରୀ କରିବାକୁ ଗ୍ରାହକଙ୍କ ଘରେ ପହଞ୍ଚିଥିଲେ ଡେଲିଭରୀ ଏଜେଣ୍ଟ । ତେବେ କବାଟ ଖୋଲିବା ମାତ୍ରେ ଗ୍ରାହକଙ୍କ ଲାବ୍ରାଡୋର କୁକୁରର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଯୁବକ ଜଣକ ବାଲକୋନୀକୁ ଯାଇ ତିନି ମହଲା ଉପରୁ ଡେଇଁ ପଡ଼ିଥିଲେ ।
ଆପାର୍ଟମେଣ୍ଟର କିଛି ବାସିନ୍ଦାଙ୍କ ସହ ଗ୍ରାହକ ଡେଲିଭରୀ ଏଜେଣ୍ଟଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ସୌଭାଗ୍ୟବଶତ ଡେଲିଭରୀ ବୟ ଜଣକ ବିପଦ ବାହାରେ ଅଛନ୍ତି ।
ଏହି ଘଟଣା ପରେ ରାଇଡୁରଗାମ ପୋଲିସ ଗ୍ରାହକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 289 ଅନୁଯାୟୀ ମାମଲା ରୁଜୁ କରିଛି ।












Click it and Unblock the Notifications