ମଝି ଆକାଶରେ ଏୟାର ଇଣ୍ଡିଆ କୁ ଝଟକା, ଅନେକ ଯାତ୍ରୀ ଆହତ

ଗତ କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ଅନେକ ଅନିୟମିତତା ନେଇ ଖବର ଆସିଥିଲା । ଏହା ପରେ ବର୍ତ୍ତମାନ ପୁଣି ଥରେ ଖବରରେ ରହିଛି ଏୟାର ଇଣ୍ଡିଆ । ମଙ୍ଗଳବାର ଦିନ ଦିଲ୍ଲୀରୁ ସିଡନୀକୁ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ଲାଗିଛି ଝଟକା । ହଠାତ୍ ବିମାନ ଜୋରରେ କମ୍ପିବାକୁ ଲାଗିଥିଲା । ପ୍ରବଳ କମ୍ପନ ଯୋଗୁଁ ବିମାନରେ ଥିବା ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ । ଏଥିସହିତ ବିମାନର ଉଚ୍ଚ କମ୍ପନ ଯୋଗୁଁ ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏୟାର ଇଣ୍ଡିଆର ବିମାନ ସିଡନୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଯାତ୍ରୀ ଆଶ୍ୱସ୍ତ ହୋଇଥିଲେ । ସିଡନୀରେ ପହଞ୍ଚିବା ମାତ୍ରେ ଆହତ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଜରୁରୀକାଳୀନ ଚିକିତ୍ସା କରାଯାଇଥିଲା । ଯଦିଓ ଦୁର୍ଘଟଣାରେ କାହାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିନାହିଁ । ଏୟାର ଇଣ୍ଡିଆ ବିମାନରେ ଏହା କାହିଁକି ଘଟିଲା ତାହା ଏୟାରଲାଇନ୍ସ ପକ୍ଷରୁ ପ୍ରକାଶ କରାଯାଇ ନାହିଁ ।












Click it and Unblock the Notifications