Get Updates
Get notified of breaking news, exclusive insights, and must-see stories!

ଭାରତ ଛୁଇଁବନି ବାତ୍ୟା ‘ବିପର୍ଯ୍ୟୟ' ! ଜାଣନ୍ତୁ କୁଆଡ଼େ ରହିଛି ଏହାର ଗତି

cyclone biparjoy

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ବିପର୍ଯ୍ୟୟ' ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ଘଣ୍ଟାପ୍ରତି 4 କିଲୋମିଟର ବେଗରେ ଗତି କରୁଛି । ପାଣିପାଗ ବିଭାଗ ସୂଚନା ଅନୁସାରେ 'ବିପର୍ଯ୍ୟୟ' ଗୋଆ ଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମରେ 850 କିଲୋମିଟର ଦୂରରେ ରହିଛି । ସେହିପରି ମୁମ୍ବାଇ ଠାରୁ ଦକ୍ଷିଣ-ପଶ୍ଚିମରେ 900 କି.ମି ଏବଂ ପୋରବନ୍ଦର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ 930 କିଲୋମିଟର ଦୂରରେ ରହିଛି । କରାଚି ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ 1210 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

24 ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ଆଗାମୀ ତିନି ଦିନ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହା ଭାରତ ଉପକୂଳ ନ ଛୁଇଁଲେ ମଧ୍ୟ ଏହା ପ୍ରଭାବରେ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ପବନ ସହ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ 12 ତାରିଖ ଯାଏ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଓ ଦକ୍ଷିଣ ଆରବ ସାଗର ବାରଣ କରାଯାଇଛି । 12 -14 ତାରିଖ ଯାଏ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ସାଗରକୁ ଯିବା ଲାଗି ବାରଣ କରାଯାଇଛି ।

ଏବେ ବି ବାତ୍ୟାର ଗତିପଥ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇ ନାହିଁ । ୱିଣ୍ଡି ଅନୁସାରେ, ବାତ୍ୟା 'ବିପର୍ଯ୍ୟୟ' କରାଚି ଓ ଗୁଜରାଟ ଆଡ଼କୁ ମୁହାଁଉଛି । ସେହିଭଳି ୱିଣ୍ଡିର ଆଉ ଏକ ମଡେଲ୍ କହୁଛି ଏହା 14 ତାରିଖରେ ଓମାନ୍ ଉପକୂଳ ଛୁଇଁବ ।

ଜୁନ୍ 8 ସନ୍ଧ୍ୟା ଠାରୁ ପବନର ବେଗ 115 -125 କିଲୋମିଟର ରହିବ । ଏହି ବେଗ 140 କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗୋଆ-ମହାରାଷ୍ଟ୍ର ର ଉପକୂଳବର୍ତ୍ତୀ ଓ କର୍ଣ୍ଣାଟକରେ କିଛି ଅଞ୍ଚଳକୁ ପ୍ରଭାବିତ କରିବ । ସେହିପରି 9 ଜୁନ୍ ରେ ପବନର ବେଗ 135 - 145 କିମି ରହିପାରେ । ସନ୍ଧ୍ୟା ଠାରୁ ପବନର ବେଗ ବୃଦ୍ଧି ହୋଇ 160 କିମି ହୋଇପାରେ ।

ଏହା ପରେ 10 ଜୁନ୍ ରେ କେନ୍ଦ୍ରୀୟ ଆରବ ସାଗରରେ ପବନର ବେଗ 145-155 କିଲୋମିଟର ରୁ 170 କିଲୋମିଟର ରହିପାରେ । ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ ଏବଂ ଉତ୍ତର କର୍ଣ୍ଣାଟକ-ଗୋଆ-ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ପ୍ରଭାବିତ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+