535 କୋଟି ଟଙ୍କା ନେଇ ଯାଉଥିଲା ଟ୍ରକ, ରାସ୍ତା ମଝିରେ ହେଲା ଖରାପ... ଜମିଲା ଲୋକଙ୍କ ଭିଡ଼

ରାଜରାସ୍ତାରେ ଖରାପ ହେଲା ଟଙ୍କା ଭର୍ତ୍ତି ଟ୍ରକ୍ । ଘଟଣାସ୍ଥଳରେ ଜମିଲା ଲୋକଙ୍କ ଭିଡ଼ । ଖବର ପାଇବା ମାତ୍ରେ ପୋଲିସ ପହଞ୍ଚି ଭିଡ଼କୁ ହଟାଇବା ସହ ଟ୍ରକକୁ ସୁରକ୍ଷା ଦେଇଥିଲା ।
ଏମିତି ଏକ ଘଟଣା ଘଟିଛି ତାମିଲନାଡୁ ରାଜଧାନୀ ଚେନ୍ନାଇର ତାମ୍ବରାମ ରାସ୍ତାରେ । ପ୍ରକୃତରେ ଏହି ଟ୍ରକ୍ ଗୁଡିକ ଚେନ୍ନାଇର ଆରବିଆଇ ପରିସରରୁ ଭିଲୁପୁରମ୍ କୁ ଅଣାଯାଉଥିଲା । କିନ୍ତୁ ରାସ୍ତାରେ ଟ୍ରକ ଖରାପ ହେବାରୁ ଛିଡ଼ା ହୋଇ ରହିଥିଲା । ଫଳରେ ରାସ୍ତାରେ ଟ୍ରାଫିକ୍ ଜାମ ହେବା ସହ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା ।
ଏଥି ସହିତ ଟ୍ରକରେ କୋଟି କୋଟି ଟଙ୍କା ଥିବା ପାଇବା ଖବର ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା । ଲୋକମାନଙ୍କ ମନରେ ପ୍ରଶ୍ନ ଥିଲା ଟ୍ରକରେ ଏତେ ଟଙ୍କା କାହିଁକି ଭର୍ତ୍ତି ହୋଇଛି, ଏହି ଟ୍ରକ୍ ଏତେ ଟଙ୍କା ନେଇ କୁଆଡ଼େ ଯାଉଛି ? ଏପରିକି ଅନେକ ଲୋକ ଦେଖିବା ପାଇଁ ଚେଷ୍ଟା କରୁଥିଲେ ।
ବୁଧବାର ଦିନ କ୍ରୋମପେଟ ପୋଲିସ ନଗଦ ବୋଝେଇ ଟ୍ରକ ଖରାପ ହେବା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ମିଳିଥିବା କଲରେ କୁହାଯାଇଥିଲା ଯେ, ଭିଲୁପୁରମ୍ ଅଭିମୁଖେ ଯାଉଥିବା ସମୟରେ 535 କୋଟି ଟଙ୍କା ନଗଦ ଥିବା ଟ୍ରକ ଖରାପ ହୋଇଯାଇଛି । ଏଥିପାଇଁ ପୋଲିସର ସୁରକ୍ଷା ଆବଶ୍ୟକ । ତା'ପରେ ସୁରକ୍ଷା ପାଇଁ 16 ପୋଲିସର ଏକ ଟିମ୍ ତୁରନ୍ତ ପଠାଗଲା ।
ତାମ୍ବରମ୍ ଆସିଷ୍ଟାଣ୍ଟ କମିଶନର ଶ୍ରୀନିବାସନ୍ ଏକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଖରାପ ହୋଇଥିବା ଟ୍ରକକୁ ଯାଞ୍ଚ କରିଥିଲେ । ଟ୍ରକକୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଥିଲା ଏବଂ ଫାଟକ ବନ୍ଦ ରହିଥିଲା । କୁହାଯାଉଛି ଯେ ମେକାନିକ୍ସ ଟ୍ରକକୁ ମରାମତି କରିପାରିନଥିଲେ, ଏହାକୁ ଅନ୍ୟ ଏକ ଟ୍ରକ୍ ସାହାଯ୍ୟରେ ଚେନ୍ନାଇର ରିଜର୍ଭ ବ୍ୟାଙ୍କକୁ ପଠାଯାଇଥିଲା ।












Click it and Unblock the Notifications