କର୍ଣ୍ଣାଟକ: ଗୋ ମୂତ୍ର ଏବଂ ଡେଟଲ୍ ପକାଇ ବିଧାନସଭାକୁ ସଫା କଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ବିଜୟ ମିଳିବା ପରେ ନୂଆ ସରକାର ଗଠନ ହୋଇଛି । ଏହି ସମୟରେ କିଛି କଂଗ୍ରେସ କର୍ମୀ ସୋମବାର ରାଜ୍ୟ ବିଧାନସଭା ପରିସରରେ ପହଞ୍ଚିଥିଲେ । ସେମାନେ ଗାମୂତ୍ର ଏବଂ ଡେଟଲ ପକାଇ ଏହାକୁ ସଫା କରିଥିଲେ । ନୂତନ ସରକାର ଦୁର୍ନୀତିମୁକ୍ତ ହେବା ନେଇ ମଧ୍ୟ କହିଛନ୍ତି ।
ଏହି ପ୍ରସଙ୍ଗରେ କଂଗ୍ରେସ ନେତା ସଙ୍କେତ ୟେନାଗୀ କହିଛନ୍ତି ଯେ ବିଜେପି ସରକାର ଅନେକ ଦୁର୍ନୀତି କରିଛନ୍ତି । ଏଭଳି ପରିସ୍ଥିତିରେ ଗୋମୂତ୍ର ପକାଇ ବିଧାନସଭାକୁ ଶୁଦ୍ଧ କରୁଛନ୍ତି । ସେ କହିଛନ୍ତି ଯେ ପ୍ରଶାସନ ନିର୍ମଳ ଏବଂ ଦୁର୍ନୀତିମୁକ୍ତ ହେଉ ବୋଲି ଲୋକମାନେ ଚାହୁଁଛନ୍ତି । ସମସ୍ତଙ୍କ ଆଶା ଅନୁଯାୟୀ ନୂତନ ସରକାର ଚାଲିବ ।
ଆପଣଙ୍କୁ କହିରଖୁଛୁ ଯେ ଏଥର କର୍ଣ୍ଣାଟକରେ କଂଗ୍ରେସ ସମସ୍ତ ରେକର୍ଡ ଭାଙ୍ଗିଛି । ଦଳ 135 ଟି ସିଟ୍ ପାଇଥିବାବେଳେ ବିଜେପି 66 ଟି ଆସନକୁ ହ୍ରାସ ପାଇଛି । ଏଥି ସହିତ ଜେଡିଏସ୍ 19 ଟି ସିଟ୍ ଜିତିଛି ।
ଅନ୍ୟପକ୍ଷରେ କର୍ଣ୍ଣାଟକ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବରିଷ୍ଠ ନେତା ସିଦ୍ଧରମୈୟା ସିଏମ୍ ଭାବେ ଶପଥ ଗ୍ରହଣ କରିଥିବାବେଳେ ଡି.କେ ଶିବକୁମାର ଡେପୁଟି ସିଏମ୍ ହୋଇଥିଲେ । ଉଭୟଙ୍କ ବ୍ୟତୀତ 8 ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏବେ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଦଳରେ ଆଲୋଚନା ହେଉଛି ।












Click it and Unblock the Notifications