ତେଜିଲା ବଜରଙ୍ଗ ଦଳ ବ୍ୟାନ୍ ରାଜନୀତି; କଂଗ୍ରେସକୁ ଆହ୍ୱାନ - ‘କଥା ଦେଇଥିଲ, କଥା ରଖ'

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ବଜରଙ୍ଗ ଦଳ ବ୍ୟାନ୍ ରାଜନୀତି ପୁଣି ତେଜିଛି । ନିର୍ବାଚନ ପୂର୍ବରୁ ରାଜ୍ୟରେ ସରକରାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ୍ କରିବାକୁ ଘୋଷଣା କରିଥିବା କଂଗ୍ରେସକୁ ବର୍ତ୍ତମାନ କଥା ରଖିବାକୁ ଆହ୍ୱାନ ମିଳିଛି ।
ମୁସଲିମ ଧାର୍ମିକ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦର ମୁଖ୍ୟ ମୌଲାନା ଅରଶଦ ମଦନି ଏ ନେଇ କଂଗ୍ରେସକୁ ଆହ୍ୱାନ କରିଛନ୍ତି । ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ମୌଲାନା ଅରଶଦ ମଦନି କହିଛନ୍ତି ଯେ କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ଏହାପରେ କଂଗ୍ରେସକୁ ମୁସଲମାନଙ୍କ ସମର୍ଥନ ମିଳିଥିଲା । ତେଣୁ ବର୍ତ୍ତମାନ ନିଜ କଥା ରଖିବାକୁ ପଡ଼ିବ । ନ ହେଲେ ଆଗକୁ ଆସନ୍ତା ନିର୍ବାଚନରେ ଏହାର ପରିଣାମ ଭୋଗିବ । କୌଣସି ମୁସଲମାନ କଂଗ୍ରେସକୁ ଭରଷା କରିବେ ନାହିଁ ।
ମଦନି ମୁମ୍ବାଇରେ କହିଛନ୍ତି, କଂଗ୍ରେସ ନିଜ ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ ବନ୍ଦ କରିବା ନେଇ କହିଥିଲା । ଯଦି ସେମାନେ 70 ବର୍ଷ ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ଦେଶ ବର୍ବାଦ ହୋଇନଥାନ୍ତା ।
ମୌଲାନା କହିଛନ୍ତି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ । କର୍ଣ୍ଣାଟକରେ ମୁସଲମାନମାନେ କଂଗ୍ରେସ ଉପରେ ଭରଷା କରି ଭୋଟ୍ ଦେଇଛନ୍ତି । ଯଦି ବଜରଙ୍ଗ ଦଳ କୁ ନିଷିଦ୍ଧ କରା ନଯାଏ ତେବେ ମୁସଲମାନମାନେ କଂଗ୍ରେସ ଉପରେ ବିଶ୍ୱାସ କରିବେ ନାହିଁ । ଏହି ପ୍ରସଙ୍ଗରେ ମୁଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି । କଂଗ୍ରେସକୁ ପୁଣି ଥରେ ନେହେରୁଙ୍କ ଦଳ ହେବାକୁ ପଡ଼ିବ । କର୍ଣ୍ଣାଟକ ଫଳାଫଳ ସାମ୍ପ୍ରଦାୟିକ ଶକ୍ତିଙ୍କ ପାଇଁ ଏକ ଶିକ୍ଷା ।












Click it and Unblock the Notifications