ଜନଗଣନା ଫର୍ମରେ ପଚରାଯିବ ଏହି ସବୁ ପ୍ରଶ୍ନ, ଏଲପିଜି, ପାନୀୟ ଜଳ-ଖାଦ୍ୟ, ଇଣ୍ଟରନେଟ୍, ଧର୍ମ ଉପରେ ରହିବ ଏହି ସବୁ ପ୍ରଶ୍ନ...

ଭାରତର ଜନଗଣନା ବିଭାଗ ଏହାର ପ୍ରତିଷ୍ଠା ହେବାର 150 ତମ ବାର୍ଷିକୀ ପାଳନ କରିଛି । ଏହି ବିଶେଷ ଅବସରରେ ବିଭାଗ ପକ୍ଷରୁ ଏକ ନୂତନ ପ୍ରକାଶନ ଜାରି କରାଯାଇଛି । ଏହି ପ୍ରକାଶନରେ, ଚାରି ଦଶନ୍ଧି ମଧ୍ୟରେ ହୋଇଥିବା ଜନଗଣନା ପାଇଁ ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଛି । ଏଥିରେ, 2021 ଜନଗଣନା ପାଇଁ ପ୍ରସ୍ତୁତି ବିଷୟରେ ଏକ ଅଧ୍ୟାୟ ମଧ୍ୟ ଯୋଡ଼ାଯାଇଛି ।
ସରକାର ସୂଚନା ଦେଇଥିଲେ ଯେ 2021 ଜନଗଣନା ପାଇଁ ତଥ୍ୟ ସଂଗ୍ରହ ଅପ୍ରେଲ 1 ରୁ ସେପ୍ଟେମ୍ବର 30, 2020 ପର୍ଯ୍ୟନ୍ତ ସାରା ଦେଶରେ ହେବ । କିନ୍ତୁ କରୋନା ଭାଇରସ ପ୍ରକୋପ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ନୂତନ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସୂଚିତ ହୋଇନାହିଁ, କିନ୍ତୁ ଜନଗଣନା ଫର୍ମରେ ଉଲ୍ଲେଖନୀୟ ପରିବର୍ତ୍ତନ ସହିତ ଜନଗଣନାର ଗୃହ ତାଲିକା ପର୍ଯ୍ୟାୟ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।
ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଉନ୍ମୋଚିତ ହୋଇଥିବା ଏକ ଇ-ବୁକ୍ ଜନଗଣନା ଫର୍ମରେ ସରକାର ଆପଣଙ୍କୁ କଣ ସବୁ ପ୍ରଶ୍ନ ପଚାରିବାକୁ ଯାଉଛନ୍ତି ସେ ସମ୍ବନ୍ଧରେ ସମସ୍ତ ସୂଚନା ଦେଇଛନ୍ତି । ଏହି ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକ ଛୋଟ ଏବଂ ବଡ଼ ତଥ୍ୟ ଖୋଜାଯାଇଛି । ଲୋକଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାର ବିକଳ୍ପ ଦେବାକୁ ମଧ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।
ଜନଗଣନା ଫର୍ମଗୁରେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା, ଧର୍ମ, ଆପଣଙ୍କର ଘରେ ଶୌଚାଳୟ ଅଛି କି, LPG କିମ୍ବା PNG ସଂଯୋଗ ଅଛି କି, ଇଣ୍ଟରନେଟ୍ ଅଛି କି, ଆପଣଙ୍କର ଘର ଅଛି କି, ଆପଣ ସେହି ଘରେ ରହୁଛନ୍ତି କି, ଆପଣଙ୍କର DTH ସଂଯୋଗ ଅଛି କି, ଆପଣ ମିନେରାଲ ପାଣି ପିଉଛନ୍ତି କି, ଆପଣଙ୍କ ପରିବାର କେଉଁ ଖାଦ୍ୟ ଖାଆନ୍ତି ...? ଏପରି କେତେକ ନୂତନ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
ତେବେ ଆସନ୍ତୁ ଜାଣିବା ଜନଗଣନା ପାଇଁ କେଉଁ ପ୍ରଶ୍ନ ପଚରାଯିବ...
- ସରକାରୀ ପ୍ରଶ୍ନପତ୍ର ଅନୁଯାୟୀ, ଜନଗଣନା ଅଧିକାରୀ ଜାଣିବାକୁ ଚେଷ୍ଟା କରିବେ ଯେ ଯଦି ଜଣେ ବ୍ୟକ୍ତି ଦିବ୍ୟାଙ୍ଗ, ତେବେ ଜନ୍ମରୁ ଦିବ୍ୟାଙ୍ଗ ନା ଏସିଡ୍ ଆକ୍ରମଣ ହେତୁ କିମ୍ବା ଅନ୍ୟ କୌଣିସ କାରଣରୁ ...? ରକ୍ତ ବ୍ୟାଧି, କ୍ରନିକ୍ ସ୍ନାୟୁଗତ ବ୍ୟାଧି ହେତୁ ଦିବ୍ୟାଙ୍ଗ ହୋଇଛନ୍ତି କି ...? 2011 ରେ ଶେଷ ଜନଗଣନାରେ ଏହି ପ୍ରଶ୍ନ ଉପରେ ଉଲ୍ଲେଖ କରାଯାଇ ନଥିଲା ।
- ଶିକ୍ଷାଗତ ଯୋଗ୍ୟତା ବିଷୟରେ ସୂଚନା ଦେବାବେଳେ, ଉତ୍ତରଦାତାମାନଙ୍କୁ କହିବାକୁ ପଡିବ ଯେ ସେମାନେ କେଉଁ ଷ୍ଟ୍ରିମରୁ ଯେପରିକି ଆଇଟି, ଇଞ୍ଜିନିୟରିଂ, ସାଇନ୍ସ, ମ୍ୟାନେଜମେଣ୍ଟ ଅଧ୍ୟୟନ କରିଛନ୍ତି । ସେହିଭଳି, ଶିକ୍ଷା ସ୍ତମ୍ଭରେ ପ୍ରାପ୍ତ ସର୍ବୋଚ୍ଚ ଡିଗ୍ରୀ ନିର୍ଦ୍ଦିଷ୍ଟ କରିବାକୁ ଅଧିକ ବିକଳ୍ପ ମଧ୍ୟ ଯୋଡାଯିବ ଯେପରିକି ସ୍ନାତକ, ପୋଷ୍ଟ ଗ୍ରାଜୁଏସନ୍, ଏମ ଫିଲ୍, ପିଏଚଡି ଇତ୍ୟାଦି ।
- ରୋଷେଇ ପାଇଁ LPG କିମ୍ବା PNG ସଂଯୋଗ ଅଛି କି ନାହିଁ ନାଗରିକମାନଙ୍କୁ ମଧ୍ୟ ଜନଗଣନା ଅଧିକାରୀଙ୍କୁ ଜଣାଇବାକୁ ପଡିବ । ପୂର୍ବ ଫର୍ମଗୁଡିକରେ କେବଳ ପଚାରିଥିଲା ଯେ ଉତ୍ତରଦାତାଙ୍କର ନିଜସ୍ୱ ରୋଷେଇ ଘର ଅଛି କି ?
- ନାଗରିକମାନଙ୍କୁ ଜନଗଣନା ଅଧିକାରୀଙ୍କୁ ମଧ୍ୟ କହିବାକୁ ପଡିବ ଯେ ନାଗରିକମାନଙ୍କର କି ପ୍ରକାର ଟିଭି ସଂଯୋଗ ଅଛି ଏବଂ ସେମାନଙ୍କର DTH ସଂଯୋଗ ଅଛି କି ? ଆପଣଙ୍କର ଇଣ୍ଟରନେଟ୍ ଅଛି କି ? ଲାପଟପ୍, କମ୍ପ୍ୟୁଟର, ସ୍ମାର୍ଟଫୋନ୍ ଇଣ୍ଟରନେଟ୍ ସହିତ ସଂଯୁକ୍ତ ଅଛି କି ? ଆପଣଙ୍କ ପାଖରେ କେତେ ମୋବାଇଲ୍ ଫୋନ୍ ଅଛି ସେ ସମ୍ବନ୍ଧରେ ସୂଚନା ମଧ୍ୟ ମଗାଯିବ ।
- ପ୍ରଶ୍ନରେ 6 ଟି ଧର୍ମ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଏବଂ ଜୈନର ବିକଳ୍ପ ରହିବ । ଅନ୍ୟ ଧର୍ମ ପାଇଁ ଧର୍ମର ସମ୍ପୂର୍ଣ୍ଣ ନାମ ଫର୍ମରେ ପ୍ରବେଶ କରିବାକୁ ଏକ ବିକଳ୍ପ ଦିଆଯାଇଛି, କିନ୍ତୁ ଏହାକୁ କୌଣସି ସଂକେତ ଦିଆଯାଇନାହିଁ ।
- ନିଜର ମାତୃଭାଷା ବ୍ୟତୀତ, ଜନଗଣନା ଫର୍ମରେ ଅନ୍ୟ ଦୁଇଟି ଭାଷା ତାଲିକାଭୁକ୍ତ କରିପାରିବେ, ଯାହା ବିଷୟରେ ଉତ୍ତରଦାତା ଜାଣନ୍ତି ।
- ଅନ୍ୟାନ୍ୟ ପ୍ରଶ୍ନରେ ଏହା ମଧ୍ୟ ପଚରାଯିବ ଯେ ଆପଣ ଘରେ କେଉଁ ପାଣି ପିଅନ୍ତି, ପ୍ୟାକେଜ୍ କିମ୍ବା ବୋତଲ ପାଣି ବ୍ୟବହାର କରନ୍ତି ? ପରିବାରର ମୁଖ୍ୟ ଖାଦ୍ୟ କ'ଣ ?
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications