ମୋଦୀ କ୍ୟାବିନେଟ ସମ୍ପ୍ରସାରଣ: ଅର୍ଜୁନ ରାମ ମେଘୱାଲ ହେଲେ ଆଇନ ମନ୍ତ୍ରୀ, କିରେନ ରିଜିଜୁଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରେ ହୋଇଛି ବଡ଼ ଧରଣର ଅଦଳବଦଳ । ଅର୍ଜୁନ ରାମ ମେଘୱାଲ ଭାରତର ନୂତନ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । କିରେନ ରିଜିଜୁ ବର୍ତ୍ତମାନ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ପୋର୍ଟଫୋଲିଓ ପରିଚାଳନା କରିବେ ।
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଭାରତର ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀ ପରିଷଦରେ ମନ୍ତ୍ରୀଙ୍କ ମଧ୍ୟରେ ପୋର୍ଟଫୋଲିଓର ପୁନଃ ବଣ୍ଟନକୁ ନିର୍ଦ୍ଦେଶ ଦେଇ ଖୁସି ବ୍ୟକ୍ତ କରିଛନ୍ତି ।
ଆଇନ ମନ୍ତ୍ରୀ ଥିବା କିରେନ ରିଜିଜୁ ବର୍ତ୍ତମାନ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ପୋର୍ଟଫୋଲିଓ ସମ୍ଭାଳିବେ ।
ଶ୍ରୀ ଅର୍ଜୁନ ରାମ ମେଘୱାଲ, ଶ୍ରୀ କିରେନ ରିଜିଜୁଙ୍କ ସ୍ଥାନରେ ତାଙ୍କ ପୋର୍ଟଫୋଲିଓ ସମେତ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ ସ୍ୱାଧୀନ ଦାୟିତ୍ୱ ଗ୍ରହଣ କରିବେ ।












Click it and Unblock the Notifications