ଭଦ୍ରକ : ଭଦ୍ରକ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଖସି ପଡ଼ିଛି | ଏହି ଦୁର୍ଘଟଣାରେ 11ଜଣ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ବସରେ ପ୍ରାୟ 50 ଜଣ ଯାତ୍ରୀ ଥିଲେ | ସୋନୁ ମୋନୁ ନାମକ ଏହି ବସଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା | ଚରମ୍ପା ନିକଟସ୍ଥ ତ୍ରିଶୁଳପୁର ଛକ 16 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି | ଭଦ୍ରକ ଅଗ୍ନିଶମ ବିଭାଗ, ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି |