ବୁଦ୍ଧ ପୂର୍ଣ୍ଣିମା 2023 : କଣ ରହିଛି ଏହି ଦିନର ତାତ୍ପର୍ଯ୍ୟ, ଜାଣନ୍ତୁ ଏହି ପବିତ୍ର ଦିନ ପଛର ଇତିହାସ

ବୁଦ୍ଧ ପୂର୍ଣ୍ଣିମା 2023 : ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ତେଣୁ ଏହି ଦିନକୁ ବୌଦ୍ଧ ଧର୍ମର ଲୋକମାନେ ଅତି ଉତ୍ସାହର ସହ ପାଳନ କରିଥାନ୍ତି ।
ଭଗବାନ ବିଷ୍ଣୁଙ୍କ ନବମ ଅବତାର କୁହାଯାଉଥିବା ଗୌତମ ବୁଦ୍ଧ ବୈଶାଖ ମାସ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ବୁଦ୍ଧ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ଓ ଏହା ପଛର ଇତିହାସ...
ଐତିହାସିକଙ୍କ ଅନୁଯାୟୀ, ଗୌତମ ବୁଦ୍ଧଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ 563 ରେ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନରେ ବୁଦ୍ଧ ବୋଧଗୟାର ବୋଧି ବୃକ୍ଷ ତଳେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ, ସାରନାଥରେ ପ୍ରଥମ ଉପଦେଶ ଦେଇଥିଲେ ଏବଂ କୁଶୀନଗରରେ ନିର୍ବାଣ ପ୍ରାପ୍ତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ଗୌତମ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ସଂସ୍ଥାପକ । ଏହି ଧର୍ମ ଲୋଭ ଓ ସଂଯମ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର କଳା ଶିଖାଇଥାଏ ଏବଂ ପାର୍ଥିବ ସୁଖ ଠାରୁ ଦୂରେଇ ଯାଇ ଜ୍ଞାନୋଦୟର ପଥରେ ଅଗ୍ରସର ହେବାକୁ ଅନୁପ୍ରାଣିତ କରିଥାଏ । ବିଶେଷ କରି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ବୁଦ୍ଧ ପୂର୍ଣ୍ଣିମା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ।
ବୌଦ୍ଧ ଧର୍ମର ଲୋକମାନେ ଏହି ବୁଦ୍ଧ ପୂର୍ଣ୍ଣିମା ଦିନ ଗୌତମ ବୁଦ୍ଧଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଧାର୍ମିକ ସ୍ଥାନରେ ଏକତ୍ରିତ ହୋଇ ସେମାନେ ପୂଜା ପାଠ କରିଥାନ୍ତି ।
ଭାରତ ବ୍ୟତୀତ ସିଙ୍ଗାପୁର, ନେପାଳ, ସିଙ୍ଗାପୁର, ଥାଇଲ୍ୟାଣ୍ତ, ଜାପାନ, ଶ୍ରୀଲଙ୍ଗା, ଇଣ୍ତୋନେସିଆ, ମାଲେସିଆ, କାମ୍ବୋଡ଼ିଆ, ଚୀନ୍, ତିବ୍ବତ ଆଦି ଦେଶରେ ବେଶ ଧୁମଧାମରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ ।












Click it and Unblock the Notifications