For Quick Alerts
Turn On Notification  
For Daily Alerts
Oneindia App Download

ବିମାନରେ ବୋମା ଥିବା ଧମକ, ଜରୁରୀ ଅବତରଣ କଲା ମସ୍କୋ-ଗୋଆ ବିମାନ

ବିମାନରେ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।

|

ନୂଆଦିଲ୍ଲୀ: ବିମାନରେ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା । ମସ୍କୋ-ଗୋଆ ବିମାନକୁ ନେଇ ଏପରି ଧମକ ମିଳିବା ପରେ ଏହାକୁ ଗୁଜୁରାଟର ଜାମନଗରରେ ଜରୁରୀ ଅବତରଣ କରି ଏହାକୁ ଯାଞ୍ଚ କରାଯାଇଛି ।

Flight

ମିଳିଥିବା ଖବର ଅନୁସାରେ ମସ୍କୋରୁ ଗୋଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିଥିଲା । ଏଟିଏସ୍ ଏହି ସୂଚନା ମେଲ୍ ମାଧ୍ୟମରେ ପାଇଥିଲା । ଏହା ପରେ ଜାମନଗରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ 244 ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଜାମନଗରରେ ବିମାନର ଜରୁରୀ ଅବତରଣ ପୂର୍ବରୁ ଏହାର ସୁରକ୍ଷ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବୋମା ନିଷ୍କାସନକାରୀ ଦଳ ଏବଂ ଆମ୍ବୁଲାନ୍ସ ରଖାଯାଇଥିଲା । ଏହା ସହିତ ବିମାନବନ୍ଦର ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bomb Threat In Mosco-Goa Chattered Flight, Emergency Landing In Jamnagar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X