ମଳ ପରିଚାଳନା କ୍ଷେତ୍ରରେ ବିଏମସି ଦେଶରେ ଏକ ନମ୍ବର

ମଳ ପରିଚାଳନା କ୍ଷେତ୍ରରେ ଆଇଏସ୍ଓ ସାର୍ଟିଫିକେଟ୍ ସହ ସମଗ୍ର ଦେଶରେ ପ୍ରଥମ ସହରାଞ୍ଚଳର ମାନ୍ୟତା ମିଳିଛି | ବିଶ୍ୱସ୍ତରରେ ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ମହାନଗର ନିଗମ |

ଭୁବନେଶ୍ୱର: ପରିମଳ ଓ ପରିବେଶ ଉପରେ ଗୁରୁତ୍ୱ ଦେଉଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ମିଳିଛି ବଡ଼ ସଫଳତା | ମଳ ପରିଚାଳନା କ୍ଷେତ୍ରରେ ଆଇଏସ୍ଓ ସାର୍ଟିଫିକେଟ୍ ସହ ସମଗ୍ର ଦେଶରେ ପ୍ରଥମ ସହରାଞ୍ଚଳର ମାନ୍ୟତା ମିଳିଛି | ବିଶ୍ୱସ୍ତରରେ ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ମହାନଗର ନିଗମ | ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏଭଳି ସଫଳତାକୁ ରାଜଧାନୀବାସୀଙ୍କୁ ଉତ୍ସର୍ଗ କରିଛି ବିଏମସି |

ମଳ ପରିଚାଳନା ଭୁବନେଶ୍ୱର ସହରର ଥିଲା ବଡ଼ ସମସ୍ୟା | ଲୋକେ ସିଧାସଳଖ ପାଇଖାନାକୁ ନାଳ ଓ କେନାଲ ସହ ସଂଯୋଗ କରି ଦେଉଥିଲେ | ଏହି ସମସ୍ୟାର ସମାଧାନ ପାଇଁ ଅମୃତ ଯୋଜନାରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗରେ ଜନବସତି ଠାରୁ ଦୂରରେ ବାସୁଆଘାଇ ଠାରେ ସ୍ଥାପନ କରାଯାଇଥିଲା ମଳ ଉପଚାର ସୁବିଧା କେନ୍ଦ୍ର | ବିଏମସି ଓ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି |

BMC, Bhubaneswar

ଉଭୟ ଅନଲାଇନ୍ ଓ ଅଫଲାଇନରେ ବୁକିଂ କରି ସେସପୁଲ ଜରିଆରେ ଘର ପାଇଖାନାରୁ ମଳ ନିଷ୍କାସନ କରି ଏହି କେନ୍ଦ୍ରରେ ତାହାର ପ୍ରକ୍ରୀୟାକରଣ କରାଯାଉଛି | ମଳ ଉପଚାର ସୁବିଧା କେନ୍ଦ୍ରରେ ସାର ପ୍ରସ୍ତୁତ ହେଉଛି, ଯାହାକୁ କୃଷି କ୍ଷେତ୍ରରେ ବିନିଯୋଗ କରାଯାଇପାରିବ | ଏହାକୁ ବିକ୍ରୀ କରି ମଧ୍ୟ ବିଏମସି ବେଶ୍ ଅର୍ଥ ଆଦାୟ କରିବାର ଲକ୍ଷ୍ୟ ରଖିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+