Get Updates
Get notified of breaking news, exclusive insights, and must-see stories!

ବଢୁଛି ଟମାଟୋ ଚୋରି ! କେଉଁଠି ବିଲରୁ ଚୋରି ତ କେଉଁଠି ରାସ୍ତାରେ ଗାଡ଼ି ଅଟକାଇ ଟମାଟୋ ଲୁଟ୍

Tomato Price Hike : ଟମାଟୋର ମୂଲ୍ୟ ସାରା ଦେଶରେ ଆକାଶଛୁଆଁ ହୋଇଛି । କିଲୋଗ୍ରାମ ପ୍ରତି 150 ରୁ 250 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି ଟମାଟୋ ଦର । ଟମାଟୋର ମୂଲ୍ୟ ବୃଦ୍ଧି ମଧ୍ୟରେ କୃଷକ ଏବଂ ପନିପରିବା ଦୋକାନୀମାନଙ୍କ ପାଇଁ 'ଟମାଟୋ ଚୋରି' ମଧ୍ୟ ଏକ ସମସ୍ୟା ପାଲଟିଛି ।

tomato

ବ୍ୟବସାୟୀଙ୍କ କହିବାନୁସାରେ, ଗତ ମାସରେ ପ୍ରବଳ ବର୍ଷା ଏବଂ ଉତ୍ତାପ ଯୋଗୁଁ ଟମାଟୋ କ୍ଷେତରେ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ଜୁନ୍ ମଧ୍ୟଭାଗରେ ହଠାତ୍ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଖାଉଟିଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି ।

ଏସବୁ ମଧ୍ୟରେ ଟମାଟୋ ଚୋରିର ଏକ ନୂଆ କଥା ସାମ୍ନାକୁ ଆସିଛି । ଦେଶରେ ଅନେକ ଅଜବ ଉପାୟରେ ଟମାଟୋ ଚୋରି ହେଉଛି । କେଉଁ ସ୍ଥାନରେ ଟମାଟୋ ବୋଝେଇ ଗାଡ଼ି ଲୁଟ୍ ହେଉଛି ତ କେଉଁଠି ଟମାଟୋ ବିଲରୁ ସବୁ ଟମାଟୋ ଚୋରି ହୋଇଯାଉଛି । ଏମିତିକି ଦୋକାନ ତାଡ଼ି ବି ଟମାଟୋ ଚୋରି କରିନେଉଛନ୍ତି ।

ରାସ୍ତାରୁ ଲୁଟିନେଲେ 2 ଟନ୍ ଟମାଟୋ !

ଏମିତି ଏକ ଚୋରି ଖବର ଆସିଛି ବେଙ୍ଗାଲୁରୁ ବଜାରରୁ । 2 ଟନ୍ ଟମାଟୋ ନେଇ ଯାଉଥିବା ଏକ ଗାଡି ଲୁଟ କରି ନେଇଛନ୍ତି ଦୁବୃର୍ତ୍ତ । ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଚିହ୍ନଟ କରାଯାଇ ନାହିଁ । କୃଷକ ନିଜ କ୍ଷେତ୍ରରୁ ଟମାଟୋ ନେଇ ଚିତ୍ରାଦୁର୍ଗର ହିରିୟୁର ସହରରୁ କୋଲାର ବଜାରକୁ ଯାଉଥିବା ସମୟରେ ଏହି ଲୁଟ୍ ହୋଇଛି । ତିନି ଜଣ ଲୋକ ଏକ କାରରେ ଏହି ଗାଡ଼ିକୁ ପିଛା କରିଥିଲେ । ସୁଯୋଗ ଦେଖି ଡ୍ରାଇଭର ଏବଂ ଚାଷୀଙ୍କୁ ଆକ୍ରମଣ କରିବା ସହ ଟମାଟୋ ଲୁଟ୍ କରିଥିଲେ ।

ବିଲରୁ ଅଢେଇ ଲକ୍ଷର ଟମାଟୋ ଚୋରି !

ସେହିପରି କର୍ଣ୍ଣାଟକର ଜଣେ କୃଷକ ଦାବି କରିଛନ୍ତି ଯେ ହାସନ ଜିଲ୍ଲାର ତାଙ୍କ ଫାର୍ମରୁ 2.5 ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ଚୋରି ହୋଇଛି । ଦୁଇ ଏକର ଜମିରେ ଟମାଟୋ ଚାଷ କରିଥିଲେ । ମୂଲ୍ୟ ବଢୁଥିବାରୁ ଫସଲ ଅମଳ କରି ବଜାରକୁ ନେବାକୁ ଯୋଜନା କରିଥିଲେ । କିନ୍ତୁ ଏହାଲ ପୂର୍ବରୁ ବିଲରୁ ହିଁ ଟମାଟୋ ଚୋରି ହୋଇଯାଇଛି ।

ଏନ୍ୟ ଏକ ଘଟଣାରେ ଚୋରମାନେ କର୍ଣ୍ଣାଟକର ଡର୍ନାକାଲ ଗାଁର ଏକ ପନିପରିବା ଦୋକାନରୁ ପ୍ରାୟ 20 କିଲୋଗ୍ରାମ ଟମାଟୋ ଏବଂ 5 କିଲୋଗ୍ରାମ କଞ୍ଚାଲଙ୍କା ଚୋରି କରିଛନ୍ତି । ପୋଲିସର ସୂଚନାନୁସାରେ, ବି ପ୍ରକାଶ ନାମକ ଜଣେ ଦୋକାନୀ 2400 ଟଙ୍କା ମୂଲ୍ୟର ଟମାଟୋ ଏବଂ 490 ଟଙ୍କା ମୂଲ୍ୟର କଞ୍ଚା ଲଙ୍କା ସବଜୀ ମଣ୍ଡିରେ ଥିବା ତାଙ୍କ ଦୋକାନରେ ରଖିଥିଲେ । ତେବେ ସେ ଫେରି ଆସି ଦେଖିବା ବେଳକୁ ସେ ସବୁ ଚୋରି ହୋଇଯାଇଛି । ଏ ନେଇ ସେ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+