Get Updates
Get notified of breaking news, exclusive insights, and must-see stories!

କଏନ୍ ନେବାକୁ ମନା କରିପାରିବେନି ଦୋକୀନୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଭାରତ ସରକାର ତିଆରି କରିଥିବା ସମସ୍ତ କଏନ୍ ଆଇନଗତ ଭାବେ ବୈଧ, ଅର୍ଥାତ୍ ଆପଣ ଏହି ସବୁ କଏନ୍ କୁ କୌଣସି ସ୍ଥାନରେ କାରବାର ପାଇଁ ବ୍ୟବହାର କରିପାରିବେ ।

ଭୁବନେଶ୍ୱର: ସାଧାରଣତଃ ଆପଣ କୌଣସି ଜିନିଷ କିଣିବା ବେଳେ ଖୁଚୁରା ହିସାବରେ ଟଙ୍କିକିଆ, 5 ଟଙ୍କିଆ, 10 ଟଙ୍କିଆ ଏବଂ 20 ଟଙ୍କା କଏନ୍ ଦେଲେ ମଧ୍ୟ ଅନେକ ସ୍ଥାନରେ ଦୋକାନୀ ଏହା ନେଉନଥିବେ । ଏହି କଏନ୍ ଚଳୁନାହିଁ ବୋଲି କହି ସେମାନେ ଆପଣଙ୍କୁ ଫେରାଇ ଦେଇଥିବେ । କିନ୍ତୁ ଜାଣିରଖନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଭାରତ ସରକାର ତିଆରି କରିଥିବା ସମସ୍ତ କଏନ୍ ଆଇନଗତ ଭାବେ ବୈଧ, ଅର୍ଥାତ୍ ଆପଣ ଏହି ସବୁ କଏନ୍ କୁ କୌଣସି ସ୍ଥାନରେ କାରବାର ପାଇଁ ବ୍ୟବହାର କରିପାରିବେ । ଯଦି କେହି ଏହି କଏନ୍ ନେବାକୁ ମନା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।

coin

କଏନ୍ ସମ୍ପର୍କିତ କୌଣସି ବିଭାନ୍ତିକର ତଥା ଗୁଜବକୁ ବିଶ୍ୱାସ ନ କରି ଏହି କଏନ୍ କାରବାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏପରିକି ଏହାର ଅବମାନା କଲେ କଏନେଜ୍ ଆକ୍ଟ 2011 ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି । ଏପରିକି ବେଆଇନ ଭାବେ କଏନ୍ ଗଚ୍ଛିତ ରଖିବା ତଥା କୌଣସି ବେଆଇନ୍ କାର୍ଯ୍ୟକଳାପରେ କଏନ ବ୍ୟବହାର କରିବା ମଧ୍ୟ ଆଇନ ଅନୁୟାୟୀ ଅପରାଧ । କଏନ୍ ସମ୍ପର୍କିତ କୌଣସି ଅପରାଧରେ 7 ବର୍ଷ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ 50 ପଇସା ଓ ତା ଠାରୁ ଅଧିକ ମୂଲ୍ୟର ସମସ୍ତ କଏନ୍ ବୈଧ । ଏହାକୁ ନେବା ପାଇଁ କୌଣସି ଦୋକାନୀ କିମ୍ବା ବ୍ୟାଙ୍କ ମନା କରିପାରିବେ ନାହିଁ । ଆପଣ ଏକକାଳୀନ 1 ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । ସେହିପରି ଏକାଥରେ 50 ପଇସା ମୂଲ୍ୟର କଏନ୍ 10 ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+