ମଝି ଆକାଶରେ ଦେବତାଙ୍କ ଜୀବନ ଦାନ, ବିମାନରେ ହାର୍ଟ ସର୍ଜରୀ କରି ବଞ୍ଚାଇଦେଲେ କୁନି ଝିଅର ଜୀବନ
ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ନ୍ତା ବିମାନରେ ହେଲା ଅସ୍ତ୍ରୋପଚାର । ବିମାନରେ ହାର୍ଟ ସର୍ଜରୀ କରି ଦୁଇ ବର୍ଷୀୟ କୁନି ଝିଅର ଜୀବନ ବଞ୍ଚାଇ ଦେଲେ ଦେବତୁଲ୍ୟ ଡାକ୍ତର । ରବିବାର ସନ୍ଧ୍ୟାରେ ବେଙ୍ଗାଳୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ଏୟାରଲାଇନ୍ସରେ ହୋଇଛି ଏହି ହାର୍ଟ ସର୍ଜରୀ । ଆଉ ଏହି ବିମାନରେ 5 ଜଣ ଡାକ୍ତର କରିଛନ୍ତି ଏହି ଚିକିତ୍ସା । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ରବିବାର ଦିନ ଭିଷ୍ଟାରା ଏୟାରଲାଇନ୍ସର UK-814 ବିମାନରେ ଏହି ଘଟଣା ଘଟିଛି । ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ୍ ସୋସାଇଟି ଫର ଭାସ୍କୁଲାର ଆଣ୍ଡ ଇଣ୍ଟରଭେନସନାଲ ରେଡିଓଲୋଜି (ISVIR) ଇଭେଣ୍ଟରୁ ଦିଲ୍ଲୀ ଫେରୁଥିବା ଡାକ୍ତରମାନେ ବିମାନରେ ହଠାତ୍ ଶିଶୁର ଅବସ୍ଥା ଗୁରୁତର ହେବାରୁ ଏହି ଅସ୍ତ୍ରୋପଚାର କରିଥିଲେ ।
ସୂଚନା ଅନୁସାରେ ବିମାନରେ ଯାଉଥିବାବେଳେ, ହଠାତ୍ ଦୁଇ ବର୍ଷର କୁନି ଝିଅର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଫ୍ଲାଇଟର କର୍ମଚାରୀମାନେ ଯାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ସୌଭାଗ୍ୟବଶତଃ ଏହି ବିମାନରେ ଦିଲ୍ଲୀ ଏମ୍ସର 5 ଜଣ ଡାକ୍ତର ଯାତ୍ରା କରୁଥିଲେ । ଯିଏକି କୁନି ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ, ତୁରନ୍ତ ତା ପାଖରେ ପହଞ୍ଚି ତା ଚିକିତ୍ସା ଆରମ୍ଭ କରିଥିଲେ ।
ଶିଶୁଟି ସିୟାନୋଟିକ୍ ରୋଗରେ ପୀଡିତ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ଏହି କାଣରୁ ବିମାନଯାତ୍ରା ସମୟରେ ଶିଶୁ ଅସୁସ୍ଥ ହେଇପଡ଼ିଥିଲା । ଶିଶୁଟିର ହାତ-ଗୋଡ ମଧ୍ୟ ଥଣ୍ଡା ପଡିବାକୁ ଲାଗିଥିଲା । ଏହାପରେ ତୁରନ୍ତ ଶିଶୁଟିକୁ ଡାକ୍ତରମାନେ ସିପିଆର୍ ଦେବା ଆରମ୍ଭ କରିଥିଲେ । ଡାକ୍ତରମାନେ ଶିଶୁଟିର ହାର୍ଟ ସର୍ଜରୀ କରିବା ସହିତ ଜୀବନକୁ ବଞ୍ଚାଇବାରେ ସଫଳ ହେଇଥିଲେ ।
ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିମାନକୁ ନାଗପୁରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେଠାରେ ପୂର୍ବରୁ ଆମ୍ବୁଲାନ୍ସ ପ୍ରସ୍ତୁତ ହେଇ ଥିବାବେଳେ, ଶିଶୁଟିର ଚିକିତ୍ସା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି ।
ଜାଣିରଖିବା ଉଚିତ୍ ଯେ, ସିୟାନୋଟିକ୍ ରୋଗ ହେଉଛି ଏକ ଜନ୍ମଜାତ ରୋଗ । ଏହି ରୋଗରେ ରୋଗୀ ସଠିକ୍ ଚିକିତ୍ସା ନମିଳିଲେ ମୃତ୍ୟୁ ହୋଇଯାଇଥାଏ । ହେଲେ ମଝି ଆକାଶରେ ଏହି 5 ଜଣ ଡାକ୍ତର ଶିଶୁଟିର ଜୀବନ ବଞ୍ଚାଇବା ପରେ ଦିଲ୍ଲୀ ଏମ୍ସ ପକ୍ଷରୁ ଫଟୋ ସେୟାର କରି ଏନେଇ ସୂଚନା ଦିଆଯାଇଛି । 5 ଜଣ ଡାକ୍ତରଙ୍କୁ ସାରା ଦେଶରୁ ଅଭିନନ୍ଦନ ଦିଆଯିବା ସହ ଶିଶୁର ଆରୋଗ୍ୟ କାମନା କରାଯାଉଛି ।












Click it and Unblock the Notifications