ଆଧାର ଅପଡେଟ୍ କରିନାହାଁନ୍ତି କି ? ଶୀଘ୍ର କରନ୍ତୁ... ଏହି ତାରିଖ ଯାଏଁ ବଢିଲା ସମୟସୀମା
Aadhar Update: ଆପଣ ଆଧାର ଅପଡେଟ୍ କରିନାହାଁନ୍ତି କି ? ତେବେ ବ୍ୟସ୍ତ ହୁଅନ୍ତୁନି । ଆଧାର ଅପଡେଟ୍ କରିବା ସମୟସୀମା ତିନି ମାସ ବୃଦ୍ଧି ହୋଇଛି । ଏହି ସମୟସୀମା ମଧ୍ୟରେ ଆପଣ ମାଗଣାରେ ଆଧାର ଅପଡେଟ୍ କରିପାରିବେ ।

ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବା ଅବଧିକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଅପଡେଟ୍ କରିବାର ସମୟସୀମା ଥିଲା ସେପ୍ଟେମ୍ବର 14 । ଏବେ ଏହି ସମୟସୀମା ଡିସେମ୍ବର 14 କୁ ବୃଦ୍ଧି କରାଯାଇଛି । ଆପଣ ଡିସେମ୍ବର 14 ସୁଦ୍ଧା ମାଗଣାରେ ଆଧାର ଅପଡେଟ କରିପାରିବେ ।
ଯେଉଁମାନଙ୍କ ଆଧାରକାର୍ଡ଼ 10 କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ୍ କରିନାହାଁନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା । ୟୁଆଇଡିଏଆଇ ୱେବ୍ସାଇଟ୍ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍ ତଥ୍ୟର ସଠିକ୍ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା । ଏହାକୁ ଅପଡେଟ୍ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍ସାଇଟ୍ରେ ମାଗଣାରେ ଅପଡେଟ କରିପାରିବେ । ଏହି ଅପଡେଟ୍ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ ।
myAadhaar ପୋର୍ଟାଲ୍ https://myaadhaar.uidai.gov.in/ ମାଧ୍ୟମରେ ଡକ୍ୟୁମେଣ୍ଟ୍ ଅପଡେଟ୍ କରିରପାରିବେ । ମାଗଣା ଅପଡେଟ୍ https://myaadhaar.uidai.gov.inରେ ଅନଲାଇନରେ କରାଯାଇପାରିବ ଏବଂ CSCରେ ଫିଜିକାଲ ଅପଡେଟ୍ ପାଇଁ ପୂର୍ବ ପରି 25 ଟଙ୍କା ଶୁଳ୍କ ଆଦାୟ କରାଯିବ ।












Click it and Unblock the Notifications