Get Updates
Get notified of breaking news, exclusive insights, and must-see stories!

PVC Aadhaar Card: 50 ଟଙ୍କାରେ PVC ଆଧାର କାର୍ଡ, ଘରେ ବସି ଅନଲାଇନରେ କରିପାରିବେ ଆବେଦନ

PVC Aadhaar Card: ଆଜିକାଲି ମୋବାଇଲ୍ ସିମ୍ କିଣିବା ଠାରୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯାଇଛି । ଏହା ବ୍ୟତୀତ ଅନେକ ସରକାରୀ ତଥା ବେସରକାର କାମ ପାଇଁ ମଧ୍ୟ ଆଧାର କାର୍ଡ ଆବଶ୍ୟକ ପଡ଼ୁଛି । ତେଣୁ ଆପଣଙ୍କୁ ଆଧାର କାର୍ଡ ଯତ୍ନର ସହ ରଖିବାକୁ ହେବ । କିନ୍ତୁ ବେଳେବେଳେ ଆପଣଙ୍କର ଆଧାର କାର୍ଡ ନଷ୍ଟ ହୋଇଯାଏ କିମ୍ବା ପାଣିରେ ଓଦା ହୋଇ ନଷ୍ଟ ହୋଇପାରେ । ତେଣୁ, ଯଦି ଆପଣ ଚାହାଁନ୍ତି, ଆପଣ ଘରେ ବସି ପିଭିସି ଆଧାର କାର୍ଡ ପାଇପାରିବେ । ଏଥିଲାଗି ମାତ୍ର 50 ଟଙ୍କା ଖର୍ଚ୍ଚ କରିବାକୁ ହେବ ।

Aadhaar card

2020 ପର୍ଯ୍ୟନ୍ତ ପଲିଭିନାଇଲ୍ କ୍ଲୋରାଇଡ୍ (PVC)କାର୍ଡରେ ଆଧାର କାର୍ଡ ପ୍ରିଣ୍ଟ ବୈଦ୍ଧ ନଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ଅନୁମତି ଦେଇଛନ୍ତି । UIDAI ଏହି ସୁବିଧା ବିଷୟରେ ସୂଚନା ଦେଇଛି । ବର୍ତ୍ତମାନ ଆପଣ କେବଳ ଆଧାର କାର୍ଡ ୱେବସାଇଟରୁ ନିଜ ସହିତ ସମଗ୍ର ପରିବାର ପାଇଁ PVC ଆଧାର କାର୍ଡ ଅର୍ଡର କରିପାରିବେ । ଜାଣନ୍ତୁ କିପରି ଏହି ସୁବିଧାକୁ ଉପଲବ୍ଧ କରିପାରିବେ ।

PVC ଆଧାର କାର୍ଡ କଣ ?

ପିଭିସି ଆଧାର କାର୍ଡ ଏଟିଏମ୍ କାର୍ଡ ପରି ହୋଇଥାଏ । ଏହା ନଷ୍ଟ ହେବାର କିମ୍ବା ଭାଙ୍ଗିବାର ଭୟ ନଥାଏ । ଏହା ବ୍ୟତୀତ, ଏଥିରେ ଏନେକ ସୁରକ୍ଷା ଫିଚର ମଧ୍ୟ ରହିଛି । ତେବେ ଆପଣ ବର୍ତ୍ତମାନ ଅନଲାଇନ୍ ମାଧ୍ୟମରେ PVCକାର୍ଡରେ ଆଧାର କାର୍ଡ ପ୍ରିଣ୍ଟ କରାଇପାରିବେ । ଏପରିକି ଏହା ସିଧାସଳଖ ଆପଣଙ୍କ ଘରେ ପହଞ୍ଚିବ ।

ଏଥିପାଇଁ ଆପଣଙ୍କୁ କେବଳ 50 ଟଙ୍କା ଦେବାକୁ ପଡିବ । ପ୍ରତ୍ୟେକ ବ୍ୟକ୍ତିର ଆଧାରକାର୍ଡ ଏହି PVC କାର୍ଡରେ ପ୍ରିଣ୍ଟ କରିବା ପାଇଁ ଆପଣ ମାତ୍ର 50 ଟଙ୍କା ଖର୍ଚ୍ଚ କରି ଆଧାରକାର୍ଡକୁ ସୁରକ୍ଷିତ ରଖିପାରିବେ ।

PVC ଆଧାର କାର୍ଡ କରିବାର ପ୍ରଣାଳୀ-

  • PVC ଆଧାର କାର୍ଡ ଅର୍ଡର କରିବାକୁ, ଆପଣଙ୍କୁ https://residentpvc.uidai.gov.in/order-pvcreprint ଲିଙ୍କ ପରିଦର୍ଶନ କରିହାକୁ ହେବ ।
  • ସାଇଟ୍ ପରିଦର୍ଶନ କରିବା ପରେ ଆପଣଙ୍କ ପାଖରେ ଥିବା ଆଧାର କାର୍ଡର 12 ଅଙ୍କ ବିଶିଷ୍ଟ ନମ୍ବର ଦିଅନ୍ତୁ ।
  • ଏହା ପରେ ଆପଣଙ୍କ ସ୍କ୍ରିନରେ ଦେଖାଉଥିବା ସୁରକ୍ଷା କୋଡ୍ ପ୍ରବେଶ କରିବାକୁ ହେବ ।
  • ଠାରେ ଆପଣ ଦୁଇଟି ବିକଳ୍ପ ଦେଖିବେ, ଯେଉଁଥିରେ ମୋବାଇଲ୍ ନମ୍ବର ପଞ୍ଜୀକୃତ ହେବ ଏବଂ ଅନ୍ୟଟି ମୋବାଇଲ ନମ୍ବର ପଞ୍ଜୀକୃତ ହୋଇନଥିବା । ଆପଣ ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବାଛିପାରିବେ ।
  • ଯଦି ଆପଣ ପରିବାର କୌଣସି ସଦସ୍ୟଙ୍କ ପାଇଁ PVC ଆଧାର କାର୍ଡ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେମାନଙ୍କର ଆଧାର ନମ୍ବର ଏବଂ ଆପଣଙ୍କ ମୋବାଇଲ୍ ନମ୍ବର ପ୍ରବେଶ କରି OTP ଦେଇ ଆଧାର କାର୍ଡ ମଗାଇପାରିବେ ।
  • ଆଧାର ନମ୍ବର, ସୁରକ୍ଷା କୋଡ୍ ଏବଂ OTP ପ୍ରବେଶ କରିବା ପରେ, ଆପଣଙ୍କର ଆଧାର କାର୍ଡର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ ।
  • ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବା ପରେ ଦେୟ ପୈଠ କରନ୍ତୁ ।
  • ଦେୟ ପୈଠ କରିବା ପାଇଁ ଆପଣ UPI, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଡେବିଟ୍ କାର୍ଡ ଆଦି ବିକଳ୍ପ ଚୟନ କରିବାକୁ ହେବ ।
  • ଦେୟ ପୈଠ କରିବା ପରେ ସ୍କ୍ରିନରେ ରସିଦ ଦେଖାଯିବ,ଏହାକୁ ଆପଣ ଡାଉନଲୋଡ୍ କରିନିଅନ୍ତୁ ।
  • ସେହି ରସିଦରେ ଦିଆଯାଇଥିବା 28 ଅଙ୍କ ବିଶିଷ୍ଟ ସର୍ଭିସ୍ ରିକ୍ୱେଷ୍ଟ ନମ୍ବର ଜରିଆରେ ଆପଣ ଆପଣଙ୍କର PVC କାର୍ଡକୁ ମଧ୍ୟ ଟ୍ରାକ୍ କରିପାରିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+