‘ଲଭ୍ କେ ଲିଏ କୁଛ୍ ବି କରେଗା...', ଗର୍ଲଫ୍ରେଣ୍ଡ ପାଇଁ ଯୁବତୀ ସାଜିଥିଲେ ପ୍ରେମିକ
ହାତରେ ଲାଲ ରଙ୍ଗର ଚୁଡି, କପାଳରେ ବିନ୍ଦି, ଓଠରେ ଲିପଷ୍ଟିକ୍ । ମୁହଁରେ ମେକ୍ ଅପ୍ । ଏମିତି ସଜ ହୋଇଥିଲେ ଯେ କେହି ବି କହିବେ ଜଣେ ସୁନ୍ଦରୀ ଯୁବତୀ । ହେଲେ ବାୟୋମେଟ୍ରିକ୍ ରେ ଧରା ପଡ଼ି ହେଲେ ହଟହଟା । ଏମିତି କାରନାମା କରି ଧରାପଡ଼ିଥିବା ଜଣକ ହେଲେ ଜଣେ ଯୁବକ ।
ତେବେ ଯୁବକ ଜଣକ କାହିଁକି ଏମିତି ସଜେଇ ହୋଇଥିଲେ, ସେ ବିଷୟରେ ଜଣା ପଡ଼ିବା ପରେ ଆପଣ ବି କହିବେ... 'ଲଭ୍ ପାଇଁ କୁଛ୍ ବି କରେଗା...' ।

ମିଳିଥିବା ସୂଚନା ଅନୁସାରେ, ଏପରି ବେଶରେ ଯୁବକ ଜଣକ ନିଜ ଗର୍ଲଫ୍ରେଣ୍ଡ ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ହଲରେ ପ୍ରବେଶ କରୁଥିବା ବେଳେ ବାୟୋମେଟ୍ରିକ୍ ମେସିନ୍ ରେ ଧରା ପଡ଼ିଯାଇଥିଲେ ଯୁବକ । ଏଭଳି ଖବର ଆସିଛି ପଞ୍ଜାବର ଫରିଦକୋଟରୁ । ସେପଟେ ଅଭିଯୁକ୍ତ ଅଙ୍ଗ୍ରେଜ ସିଂହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପୋଲିସ ଅଙ୍ଗ୍ରେଜ ସିଂହଙ୍କୁ ଗିରଫ କରିଛି । ଅଙ୍ଗ୍ରେଜ ସିଂହ ପୂର୍ବରୁ ଅନ୍ୟ କାହାକୁ ପରୀକ୍ଷା ଦେଇଛନ୍ତି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।
ସୂଚନା ଥାଉକି, ପଞ୍ଜାବ ଫରିଦାକୋର୍ଟର ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ବେଶ ଧରି ପରୀକ୍ଷା ଦେଉଥିବା ଜଣାପଡିବା ପରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଜାନୁଆରୀ 7 ରେ କୋଟକାପୁରାର DAV ପବ୍ଲିକ୍ ସ୍କୁଲରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦ୍ୱାରା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପରୀକ୍ଷା କରାଯାଇଥିଲା । ଫାଜିଲ୍କାର ଅଙ୍ଗ୍ରେଜ ସିଂହ ତାଙ୍କ ଗର୍ଲଫ୍ରେଣ୍ଡ ପରମଜିତ୍ କୌରଙ୍କ ଛଦ୍ମବେଶ ଧରି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ।
ଏହା ପରେ ହାତରେ ଲାଲ ରଙ୍ଗର ଚୁଡି, କପାଳରେ ବିନ୍ଦି, ଓଠରେ ଲିପଷ୍ଟିକ୍ ଏବଂ ମହିଳା ସୁଟ୍ ପିନ୍ଧିଥିବା ଅଙ୍ଗ୍ରେଜ ସିଂହ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ଆସିଥିଲେ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ନାଟକର ଖବର ପାଇ ପୋଲିସରେ ଅଭିଯୋଗ କରିଥିଲେ ।
ପୋଲିସର ସୂଚନାନୁସାରେ, ନକଲି ଭୋଟର ଏବଂ ଆଧାର କାର୍ଡ ବ୍ୟବହାର କରି ସେ ପରମଜିତ୍ କୌର ବୋଲି ପ୍ରମାଣ କରିବାକୁ ଅଙ୍ଗ୍ରେଜ ସିଂହ ଚେଷ୍ଟା କରିଥିଲେ । ଯୋଜନାକୁ ଭଣ୍ଡୁର କରିଥିଲା ଲାଗିଥିବା ବାୟୋମେଟ୍ରିକ୍ । ମେସିନ୍ରେ ଫିଙ୍ଗର ପ୍ରିଣ୍ଟ ଦେବାବେଳେ ପ୍ରକୃତ ପ୍ରାର୍ଥୀଙ୍କ ସହିତ ମେଳ ଖାଇନଥିଲା ।












Click it and Unblock the Notifications