Get Updates
Get notified of breaking news, exclusive insights, and must-see stories!

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

west bengal

କୋଲ୍‌କାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଜନସାଧାରଣ ଅଭିଯୋଗ କରି ପ୍ରତିବାଦ କରୁଛନ୍ତି । ଉତ୍ତକ୍ତ୍ୟ ଜନତା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଗୁରୁବାର ରାତିରେ ପୂର୍ବ ମେଦିନାପୁର ଜିଲ୍ଲା ଚାନ୍ଦିପୁରରେ ଠାରେ ଏହି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଶେଖ୍ ଇସ୍ରାଫିଲ ନାମକ ଜଣେ ବ୍ୟକ୍ତି ରାସ୍ତାରେ କଡ଼ାରେ ଥିବା ବେଳେ ଶୁଭେନ୍ଦୁଙ୍କ କାର ତାଙ୍କୁ ଧକ୍କା ଦେଇଥିଲା । ହେଲେ ଗାଡ଼ି ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁଙ୍କର ଥିଲା କି ନାହିଁ ସେ ନେଇ ପୁଲିସ ସ୍ପଷ୍ଟ କରିନାହିଁ । ମାମଲାରେ ତଦନ୍ତ ଚାଲିଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇଛି ।

ରିପୋର୍ଟ ଅନୁସାରେ, ବିରୋଧୀ ଦଳର ନେତା ଶୁଭେନ୍ଦୁ ମୋଇନାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ । ଦୁର୍ଘଟଣା ଘଟାଇବା ପରେ ବି କାର୍‌ଟି ଅଟକି ନ ଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଘଟଣାସ୍ଥଳରେ ପରିସ୍ଥିତିକୁ ନଜରରେ ରଖି ବହୁସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ବ୍ୟକ୍ତିଙ୍କ ଶବକୁ ତାମଲୁକ ଡାକ୍ତରଖାନା ପଠାଯାଇଥିଲା ।

ଗଣମାଧ୍ୟମକୁ ଜଣେ ବରିଷ୍ଠ ଜିଲ୍ଲା ପୁଲିସ ଅଧିକାରୀ କହିଛନ୍ତି, ଶେଖ୍‌ ଇସ୍ରାଫିଲ୍‌ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ରାତି ପ୍ରାୟ 10.30 ରେ କାର୍‌ ଧକ୍କା ଦେଇଥିଲା । ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସ୍ଥାନୀୟ ଡାକ୍ତରଖାନା ଘୋଷଣା କରିଛି । ଦୁର୍ଘଟଣା ସଂକ୍ରାନ୍ତରେ ଶୁଭେନ୍ଦୁ ଅଧିକାରୀ କିମ୍ବା ବିଜେପ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+