ଅଧିକ ଟୀକାକରଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ପଦକ୍ଷେପ, ଗୁଗୁଲ୍ ସର୍ଚ୍ଚରେ ବୁକ୍ କରିହେବ ସ୍ଲଟ୍
କରୋନା ଟିକାକୁ ସମସ୍ତଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂଆ ପଦକ୍ଷେପ ଆଣିଛନ୍ତି । ବର୍ତ୍ତମାନ ଗୁଗୁଲ୍ ମାଧ୍ୟମରେ ସର୍ଚ୍ଚ କରି ଟିକା ପାଇଁ ସ୍ଲଟ୍ ବୁକ୍ କରାଯାଇପାରିବ ।
ନୂଆଦିଲ୍ଲୀ : କରୋନା ଟିକାକୁ ସମସ୍ତଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂଆ ପଦକ୍ଷେପ ଆଣିଛନ୍ତି । ବର୍ତ୍ତମାନ ଗୁଗୁଲ୍ ମାଧ୍ୟମରେ ସର୍ଚ୍ଚ କରି ଟିକା ପାଇଁ ସ୍ଲଟ୍ ବୁକ୍ କରାଯାଇପାରିବ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତଙ୍କୁ ଯଥାଶୀଘ୍ର ଟୀକାକରଣ କରାଯିବା ଉଚିତ, ତେଣୁ ଏପରି ପଦକ୍ଷେପ ନିଆଯାଇଛି ।

ମନସୁଖ ମାଣ୍ଡଭିୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ କୋଭିଡ ଟିକା ପର୍ଯ୍ୟନ୍ତ ଲୋକମାନେ ସହଜରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଟିକା ପାଇବା ପାଇଁ ଗୁଗୁଲରେ 'covid vaccine near me' ସର୍ଚ୍ଚ କରନ୍ତୁ । ଏହା ପରେ ସ୍ଲଟ୍ ର ଉପଲବ୍ଧତା ଏବଂ ଅବସ୍ଥାନ ବିଷୟରେ ଯାଞ୍ଚ କରନ୍ତୁ । ଏହା ପରେ 'Book Appointment' ବ୍ୟବହାର କରି ସ୍ଲଟ୍ ବୁକ୍ କରନ୍ତୁ ।
The @MoHFW_INDIA has taken yet another significant initiative to enhance access to #COVID19 vaccine:
🔎 Search 'covid vaccine near me' on Google✅ Check availability of slots & more
💉 Use 'Book Appointment' feature to book a slot
📖 More details: https://t.co/zsI9A5fkCp
— Mansukh Mandaviya (@mansukhmandviya) September 1, 2021
ଦେଶରେ ସାମ୍ଭାବ୍ୟ ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଅଧିକ ମାତ୍ରାରେ ଟୀକାକରଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ବୁଧବାର ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ 31 ଅଗଷ୍ଟରେ ଦେଶରେ 1.33 କୋଟିରୁ ଅଧିକ ଟୀକାକରଣ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର 50 କୋଟି ଲୋକଙ୍କୁ ଟିକା ର ପ୍ରଥମ ଡୋଜ୍ ଦିଆସରିଛି । ଅଗଷ୍ଟ ମାସରେ ସର୍ବାଧିକ 18.6 କୋଟି ଟିକା ଦିଆଯାଇଛି ।












Click it and Unblock the Notifications