ଉତ୍ତର ପ୍ରଦେଶରେ ଅପ୍ରେଲ 1ରୁ ଗହମ କିଣା, ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କଲା ଯୋଗୀ ସରକାର
ସରକାର ଗହମ କିଣିବା ନେଇ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ 1 ରୁ ଆରମ୍ଭ ହୋଇଛି । ଯେକୌଣସି କୃଷକ ଖାଦ୍ୟ ବିଭାଗ ୱେବସାଇଟ୍ fcs.up.gov.in ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ । ଚଳିତ ବର୍ଷ ଗହମ କିଣା ଅବଧି 01 ଏପ୍ରିଲ 2021 ରୁ 15 ଜୁନ୍ 2021 ପର୍ଯ୍ୟନ୍ତ ରହିଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶ ସରକାର ଅପ୍ରେଲ 1 ତାରିଖରୁ ରାଜ୍ୟରେ ଗହମ କ୍ରୟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଗହମ କିଣିବା ନେଇ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ 1 ରୁ ଆରମ୍ଭ ହୋଇଛି । ଯେକୌଣସି କୃଷକ ଖାଦ୍ୟ ବିଭାଗ ୱେବସାଇଟ୍ fcs.up.gov.in ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ । ଚଳିତ ବର୍ଷ ଗହମ କିଣା ଅବଧି 01 ଏପ୍ରିଲ 2021 ରୁ 15 ଜୁନ୍ 2021 ପର୍ଯ୍ୟନ୍ତ ରହିଛି । ଏଥର ରାଜ୍ୟ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) କୁଇଣ୍ଟାଲ ପିଛା 1975 ଟଙ୍କା ଘୋଷଣା କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ 50 ଟଙ୍କା ଅଧିକ ରହିଛି ।

ଗହମ କିଣା ନେଇ ଯୋଗୀ ସରକାର ରାଜ୍ୟରେ ଛ ହଜାର କ୍ରୟ କେନ୍ଦ୍ରର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ 1 ରୁ ଗହମ କ୍ରୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଷ୍ଟୋରେଜ୍ ଗୋଡାଉନ୍ ଏବଂ ସମସ୍ତ କ୍ରୟ କେନ୍ଦ୍ରର ଜିଓ ଟ୍ୟାଗିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୟ କେନ୍ଦ୍ର, ଷ୍ଟୋରେଜ୍ ଗୋଡାଉନରେ ଯୋପରି କୌଣସି ପ୍ରକାର ଅସୁବିଧା ନହେବ ଏବଂ ଗହମର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରୀ ବିବୃତ୍ତି ଅନୁଯାୟୀ, 26 ଫେବୃଆରୀରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଗହମ କ୍ରୟ 2021-22 କ୍ରୟ ନୀତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ଆଖୁ ଚାଷୀଙ୍କ ପରି ଗହମ ଚାଷୀଙ୍କୁ ମଧ୍ୟ ଅନଲାଇନ୍ ସ୍ଲିପ୍ ସୁବିଧା ଯୋଗାଇ ଦିଆଯାଉ । ଯେଉଁ ଏଜେନ୍ସିମାନଙ୍କ ରେକର୍ଡ ଠିକ୍ ନାହିଁ, ସେମାନଙ୍କୁ କାମ ନଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଚାଷୀଙ୍କ ଉତ୍ପାଦନର ଠିକ୍ ମୂଲ୍ୟ ପ୍ରଦାନ କରିବା ସହ ଉତ୍ପାଦ ବିକ୍ରୟ କରିବାରେ କୌଣସି ଅସୁବିଧା ନହେବା ନେଇ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications