ଲକ୍ଷ୍ମୀପୁର ଖେରୀ ମାମଲା : ନ୍ୟାୟିକ ତଦନ୍ତ କମିଶନ ଗଠନ କଲେ ଯୋଗୀ ସରକାର, ଦୁଇ ମାସ ମଧ୍ୟରେ ଦେବେ ରିପୋର୍ଟ

ଅକ୍ଟୋବର 3, ରବିବାର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାରେ ଚାରି ଜଣ ଚାଷୀଙ୍କ ସମେତ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବର୍ତ୍ତମାନ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ଏହାର ଅନୁସନ୍ଧାନ ପାଇଁ ଏକ ନ୍ୟାୟିକ ଆୟୋଗ ଗଠନ କରିଛନ୍ତି ।

ଲକ୍ଷ୍ନୌ : ଅକ୍ଟୋବର 3, ରବିବାର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାରେ ଚାରି ଜଣ ଚାଷୀଙ୍କ ସମେତ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବର୍ତ୍ତମାନ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ଏହାର ଅନୁସନ୍ଧାନ ପାଇଁ ଏକ ନ୍ୟାୟିକ ଆୟୋଗ ଗଠନ କରିଛନ୍ତି । ଯୋଗୀ ସରକାର ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକକ ସଦସ୍ୟ କମିଶନ ଗଠନ କରିଛନ୍ତି । ଦୁଇ ମାସ ମଧ୍ୟରେ ଆୟୋଗ ଏହାର ରିପୋର୍ଟ ଦାଖଲ କରିବେ । ଏଥି ସହିତ ଆୟୋଗର ମୁଖ୍ୟାଳୟକୁ ଲକ୍ଷ୍ମୀପୁର ଖେରୀ କରାଯାଇଛି ।

Lakhimpur

ଲକ୍ଷ୍ମୀପୁର ଖେରୀରେ ଉତ୍ତେଜନା ପରେ ପୀଡିତଙ୍କ ପରିବାର ଏବଂ ବିରୋଧୀ ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିଆସୁଥିଲେ । ବର୍ତ୍ତମାନ ନ୍ୟାୟିକ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରି ସରକାର ଏକ ଆୟୋଗ ଗଠନ କରିଛନ୍ତି । ଏହାକୁ ଯୋଗୀ ସରକାରଙ୍କ ଏକ ବଡ ନିଷ୍ପତ୍ତି ଭାବରେ ଦେଖାଯାଉଛି । ଏଥି ସହିତ, ଅକ୍ଟୋବର 07 ରେ, ଲକ୍ଷ୍ମୀପୁର ଖେରୀ ଘଟଣା ସମ୍ପର୍କରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସରକାର ଆୟୋଗ ଗଠନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+