ପ୍ରିୟଙ୍କା ଗାନ୍ଧୀଙ୍କୁ ଭୟ କରୁଛନ୍ତି ଯୋଗୀ ସରକାର, ତେଣୁ ଲକ୍ଷ୍ମୀପୁର ଖେରୀ ଯିବାକୁ ଦେଉ ନାହାଁନ୍ତି -ସଚିନ୍ ପାଇଲଟ୍
ସଚିନ ପାଇଲଟ କହିଛନ୍ତି ଯେ ହରିୟାଣା ସିଏମ ଏମ.ଏଲ୍ ଖଟ୍ଟରଙ୍କ ବିବୃତ୍ତି ଦୁର୍ଭାଗ୍ୟଜନକ । ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯାଇ ଚାଷୀଙ୍କ ନିକଟକୁ ୟାଇ ସହାନୁଭୂତି ଜଣାଇବାକୁ ଚାହୁଁଛନ୍ତି, କିନ୍ତୁ ରାଜ୍ୟ (ୟୁପି) ସରକାର ଭୟଭୀତ ଅଛନ୍ତି ।
ଜୟପୁର : ରବିବାର ଦିନ ଲକ୍ଷ୍ମୀପୁର ଖେରୀରେ ହିଂସା ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତି 1 ଟାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ହରଗାଁଓ ନିକଟରେ ସୀତାପୁର ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିଥିଲା ।

ଏହା ଉପରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ ହରିୟାଣା ସିଏମ ଏମ.ଏଲ୍ ଖଟ୍ଟରଙ୍କ ବିବୃତ୍ତି ଦୁର୍ଭାଗ୍ୟଜନକ । ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯାଇ ଚାଷୀଙ୍କ ନିକଟକୁ ୟାଇ ସହାନୁଭୂତି ଜଣାଇବାକୁ ଚାହୁଁଛନ୍ତି, କିନ୍ତୁ ରାଜ୍ୟ (ୟୁପି) ସରକାର ଭୟଭୀତ ଅଛନ୍ତି ଏବଂ ସେମାନଙ୍କୁ ଅନୁମତି ଦେଉ ନାହାଁନ୍ତି । ଆମେ ଘଟଣାର ନ୍ୟାୟିକ ତଦନ୍ତ ଦାବି କରୁଛୁ ।
ସଚିନ ପାଇଲଟ ଏହା ମଧ୍ୟ କହିଛନ୍ତି ଯେ ଗୁଜୁରାଟର ମୁଣ୍ଡ୍ରା ବନ୍ଦରଗାହରେ 21,000 କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଆମେ ଦାବି କରୁଛୁ ଯେ ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତିମାନେ ଏହି ମାମଲାର ଯାଞ୍ଚ କରନ୍ତୁ ଯାହାଦ୍ୱାରା ଦେଶର ଯୁବକମାନଙ୍କୁ ରକ୍ଷା କରାଯାଇପାରିବ ।












Click it and Unblock the Notifications