ମହିଳାଙ୍କ ଉପରେ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ଯୋଗଗୁରୁ ରାମଦେବ

'ମହିଳାମାନେ ପୋଷାକ ବିନା ମଧ୍ୟ ଭଲ ଦେଖାଯାନ୍ତି' ବିବାଦୀୟ ବିବୃତ୍ତି ପରେ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗକୁ କ୍ଷମା ମାଗିଛନ୍ତି ।

ମୁମ୍ବାଇ : 'ମହିଳାମାନେ ପୋଷାକ ବିନା ମଧ୍ୟ ଭଲ ଦେଖାଯାନ୍ତି' ବିବାଦୀୟ ବିବୃତ୍ତି ପରେ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗକୁ କ୍ଷମା ମାଗିଛନ୍ତି । ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନକର ଆଜି ସକାଳେ ଗଣମାଧ୍ୟମକୁ ଏ ନେଇ ଅବଗତ କରାଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଥାନେରେ ରାମଦେବ ଏକ କାର୍ଯ୍ୟକ୍ରମରେ ମହିଳାଙ୍କ ପୋଷାକକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ । ଏହା ପରେ ବିଭିନ୍ନ ମହଲରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

Ramdev

ସୂଚନାଯୋଗ୍ୟ, ରାମଦେବ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ସମ୍ମୁଖରେ ଥାନେର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ 'ଅନେକ ମହିଳା ଏଠାରେ ଅନେକ ଶାଢି ଆଣିଛନ୍ତି, କିନ୍ତୁ ସମୟ ଅଭାବରୁ ପିନ୍ଧି ପାରି ନାହାଁନ୍ତି । ସାମ୍ନାରେ ଥିବା ମହିଳାମାନେ ଶାଢି ପିନ୍ଧିବାର ସୁଯୋଗ ପାଇଛନ୍ତି । ଯେଉଁମାନେ ପଛରେ ଅଛନ୍ତି ସେମାନେ ପିନ୍ଧି ପାରି ନାହାଁନ୍ତି । ଆପଣ ମାନେ ଶାଢି ପିନ୍ଧିଲେ ମଧ୍ୟ ଭଲ ଦେଖାଯାଉଛନ୍ତି । ଅମୃତାଜୀ ସାଲୱାର ସୁଟରେ ଭଲ ଦେଖାଯାଉଛନ୍ତି । ଏପରିକି ବିନା ପୋଷାକରେ ମଧ୍ୟ ମହିଳାମାନେ ସୁନ୍ଦର ଦେଖାଯାଆନ୍ତି ।"

ଏହି ବୟାନ ପରେ ରାମଦେବ ଲୋକଙ୍କ ଟାର୍ଗେଟରେ ଆସିଥିଲେ । ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ରାମଦେବଙ୍କ ବିବୃତ୍ତିକୁ ଦୃଢ ନିନ୍ଦା କରିବା ସହ ତାଙ୍କ ଭିଡିଓ ଟ୍ୱିଟ କରି କ୍ଷମା ମାଗିବାକୁ କହିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଆଗରେ ରାମଦେବଙ୍କ ଉପରେ ମହିଳାଙ୍କ ମନ୍ତବ୍ୟ ଅଶ୍ଳୀଳ ଏବଂ ନିନ୍ଦନୀୟ । ଏହି ବିବୃତ୍ତିରେ ସମସ୍ତ ମହିଳା ଆହତ ହୋଇଛନ୍ତି, ରାମଦେବ ଜୀ ଏହି ବିବୃତ୍ତି ପାଇଁ ଦେଶକୁ କ୍ଷମା ମାଗିବା ଉଚିତ୍ !'

ଏହା ବ୍ୟତୀତ ତୃଣମୂଳ କଂଗ୍ରେସର ନେତା ମହୁଆ ମୋଇତ୍ରା ଏବଂ ଉଦ୍ଧବ ଦଳର ନେତା ସଞ୍ଜୟ ରାଉତ ମଧ୍ୟ ରାମଦେବଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ରାମଦେବ ଜଣେ ବିଜେପି ପ୍ରଚାରକ ବୋଲି ରାଉତ କହିଥିଲେ । ଏବେ ତାଙ୍କ ଏଭଲି ନିନ୍ଦନୀୟ ବିବୃତ୍ତିରେ ବିଜେପି ଚୁପ୍ କାହିଁକି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+