ପୁଣି ଆରମ୍ଭ ହେଲା ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା, ବଦ୍ରିନାଥ ରାସ୍ତା ସଫା କରୁଛନ୍ତି ଟିମ୍
ତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି । ସରକାର କହିଛନ୍ତି ଯେ ତୀର୍ଥଯାତ୍ରୀମାନେ ସହଜରେ ଯମୁନୋତ୍ରୀ - ଗାଙ୍ଗୋତ୍ରୀ ଏବଂ କେଦାରନାଥ ଧାମ ପରିଦର୍ଶନ କରିପାରିବେ । ଏଥି ସହିତ ବଦ୍ରିନାଥକୁ ଯାଉଥିବା ବଦ୍ରିନାଥ ରାଜପଥ ମରାମତି କରାଯାଉଛି ।
ହରିଦ୍ୱାର : ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି । ସରକାର କହିଛନ୍ତି ଯେ ତୀର୍ଥଯାତ୍ରୀମାନେ ସହଜରେ ଯମୁନୋତ୍ରୀ - ଗାଙ୍ଗୋତ୍ରୀ ଏବଂ କେଦାରନାଥ ଧାମ ପରିଦର୍ଶନ କରିପାରିବେ । ଏଥି ସହିତ ବଦ୍ରିନାଥକୁ ଯାଉଥିବା ବଦ୍ରିନାଥ ରାଜପଥ ମରାମତି କରାଯାଉଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏହି ରାଜପଥ କ୍ଷତିଗ୍ରସ୍ତ ହୋଇଛି । ଏହା ବର୍ତ୍ତମାନ ଜୋଶିମଠ ନିକଟରେ ବନ୍ଦ ଅଛି ଏବଂ ସେଥିପାଇଁ ବଦ୍ରିନାଥ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇନାହିଁ ।

चारधाम यात्रा फिर से सुचारू हो गई है। यमुनोत्री-गंगोत्री, केदारनाथ धाम यात्रा शुरू हो गई है। हालांकि बदरीनाथ हाईवे जोशीमठ के पास बंद होने के कारण फिलहाल बदरीनाथ यात्रा शुरू नहीं हो सकी है। शीघ्र ही बद्रीनाथ यात्रा भी सुचारू हो जाएगी#UttarakhandPolice #CharDhamYatra pic.twitter.com/pJxVlqGfAO
— Uttarakhand Police (@uttarakhandcops) October 20, 2021
ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂ ଧାମି ଏବଂ ଦଳର ରାଜ୍ୟ ସଭାପତି ମଦନ କୌଶିକ ଙ୍କୁ ଭେଟି ବନ୍ୟା ପ୍ରଭାବିତ ଅଞ୍ଚଳର ଖବର ନେଇଛନ୍ତି । ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଛୋଟ ଛୋଟ ଗୋଷ୍ଠୀରେ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଜେପି ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications