କୁସ୍ତିଯୋଦ୍ଧାଙ୍କ ଗିରଫଦାରୀକୁ ନେଇ ଅସନ୍ତୋଷ ବ୍ୟକ୍ତ କଲା UWW, କୁସ୍ତି ସଙ୍ଗଠନକୁ ନିଲମ୍ବନ କରିବା ନେଇ ଚେତାବନୀ

ବିଶ୍ୱରେ କୁସ୍ତି ଖେଳାଳିଙ୍କ ସର୍ବୋଚ୍ଚ ସଂଗଠନ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ବର୍ତ୍ତମାନ ମେ 28 ରେ ରେସଲରଙ୍କ ଉପରେ ନିଆଯାଇଥିବା କାର୍ଯ୍ୟକୁ ନିନ୍ଦା କରିଛି । ସୋଶାଲ ମିଡିଆରେ ଏକ ଲମ୍ବା ପୋଷ୍ଟରେ UWW ଦ୍ୱାରା ପ୍ରକାଶ କରାଯାଇଛି । ଏହାସହ ଭାରତୀୟ ରେସଲିଂ ଫେଡେରେଶନକୁ ବରଖାସ୍ତ କରିବା ବିଷୟରେ ମଧ୍ୟ କୁହାଯାଇଛି ।
ଭାରତୀୟ ରେସଲିଂ ଫେଡେରେସନ୍ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ଉପରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ନେଇ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ମଧ୍ୟ ନିରାଶ ପ୍ରକାଶ କରିଛି । ଏହି ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ସଂଗଠନ ମଧ୍ୟ ଅନୁରୋଧ କରିଛି । 45 ଦିନ ମଧ୍ୟରେ ଯଦି ଏହାର ସମାଧାନ ନହୁଏ ତେବେ କୁସ୍ତି ସଙ୍ଗଠନକୁ ନିଲମ୍ବନ କରିବା ନେଇ ଚେତାବନୀ ଦିଆଯାଇଛି ।
ଏହା ବ୍ୟତୀତ UWW କହିଛି ଯେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଗିରଫ କରିବା ଚିନ୍ତାଜନକ ଥିଲା । ଏହା ବ୍ୟତୀତ UWW କୁସ୍ତିଯୋଦ୍ଧାଙ୍କୁ ଅସ୍ଥାୟୀ ଭାବେ ଅଟକ ରଖିବା ଘଟଣାକୁ ମଧ୍ୟ ନିନ୍ଦା କରିଛି । ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛି ।
ଏହା ବ୍ୟତୀତ UWW ଏହା ମଧ୍ୟ କହିଛି ଯେ ସେମାନଙ୍କ ସ୍ଥିତି ଜାଣିବା ପାଇଁ କୁସ୍ତି ଖେଳାଳୀଙ୍କୁ ଭେଟିବ । ସେମାନଙ୍କ ଅବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନକୁ କୁସ୍ତି ସଙ୍ଗଠନର ନିର୍ବାଚନ କରିବାକୁ କୁହାଯାଇଛି । ଏଥିପାଇଁ 45 ଦିନ ସମୟ ଦିଆଯାଇଛି ।ୋ












Click it and Unblock the Notifications