କୁସ୍ତି ମହାସଂଘ ବିବାଦ: ଖେଳାଳିଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ, ଅଭିଯୋଗକୁ ନେଇ ମୁହଁ ଖୋଲିଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ : ଦେଶର ଜଣାଶୁଣା କୁସ୍ତିଯୋଦ୍ଧା ମାନେ ସେମାନଙ୍କ ଉପରେ ହୋଇଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଏବେବି ଧାରଣାରେ ବସିଛନ୍ତି । ଏହା ପରେ ସେମାନେ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଆବେଦନ ଉପରେ କୋର୍ଟ ଆଜି ଶୁଣାଣି କରିବେ । ଏହି ସମୟରେ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ବ୍ରିଜ ଭୂଷଣ ସିଂହ । ଏ ନେଇ ବ୍ରିଜ ଭୂଷଣ ଶରଣ ସିଂହ ଏକ ଏକ ଭିଡିଓ ଜାରି କରିଛନ୍ତି । ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି ।
ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ଭିଡିଓରେ କହିଛନ୍ତି ଯେ 'ବନ୍ଧୁଗଣ, ଯେଉଁ ଦିନ ମୁଁ ମୋ ଜୀବନର ସମୀକ୍ଷା କରିବି, ମୁଁ କ'ଣ ହରାଇଛି, କ'ଣ ହାସଲ କରିଛି ଏବଂ ଯେଉଁ ଦିନ ମୁଁ ଅନୁଭବ କରିବି ଯେ ମୋର ସଂଘର୍ଷ କରିବାର କ୍ଷମତା ସମାପ୍ତ ହୋଇଛି । ଯେଉଁ ଦିନ ମୁଁ ଅନୁଭବ କରୁଛି ଯେ ମୁଁ ଅସହାୟ, ତେବେ ମୁଁ ଏପରି ଜୀବନକୁ ପସନ୍ଦ କରିବି ନାହିଁ ଏବଂ ମୁଁ ଛାହିଁବି ଯେ ଏପରି ଜୀବନ ପୂର୍ବରୁ ମୃତ୍ୟୁ ମୋ ନିକଟତର ହେଉ ।'
ଆପଣଙ୍କୁ କହିରଖୁଛୁ ଯେ କୁସ୍ତିଯୋଦ୍ଧାମାନେ ମଧ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୋଲିସକୁ ଏହାର ଉତ୍ତର ଦେବାକୁ କହିଥିଲେ, ଯେଉଁଥିରେ ପୋଲିସ କହିଛି ଯେ ଏଫ୍ଆଇଆର୍ ପଞ୍ଜୀକରଣ କରିବା ପୂର୍ବରୁ କିଛି ପ୍ରାରମ୍ଭିକ ଅନୁସନ୍ଧାନ କରିବା ଉଚିତ୍ । ସୂଚନାଥାଉକି, 7 ଜଣ ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।
VIDEO | WFI President Brij Bhushan Sharan Singh reacts to the sexual harassment charges against him. pic.twitter.com/HOdwVCWCIa
— Press Trust of India (@PTI_News) April 27, 2023
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦେଶର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗଟ କହିଛନ୍ତି ଯେ 'ନାବାଳିକା ସମେତ 7 ଜଣ ବାଳିକା ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ସମ୍ବନ୍ଧରେ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ ଆଣିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ । ଗତ ଅଢେଇ ମାସ ଧରି ଆମେ ଅପେକ୍ଷା କରିଛୁ । POCSO ଅଧୀନରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ କିନ୍ତୁ ଏପର୍ଯ୍ୟନ୍ତ କିଛି ହୋଇନାହିଁ । ଅପରପକ୍ଷେ ସେମାନେ ନିଜ ପୋଷ୍ଟରେ ଜାରି ରଖିଛନ୍ତି, ଏହା ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ଯନ୍ତ୍ରଣାଦାୟକ । ଯେପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ନ ହୋଇଛି, ଆମେ ଧରଣାରେ ବସି ରହିବୁ ।
କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ 'ଏହି ପ୍ରସଙ୍ଗରେ ଅନୁସନ୍ଧାନ କମିଟି ଗଠନ ପରେ କେଉଁ ରିପୋର୍ଟ ଆସିଛି, ଏହାର ସୂଚନା ମିଳିନାହିଁ । ଅନ୍ୟପକ୍ଷରେ, ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପି.ଟି ଉଷା କୁସ୍ତିଯୋଦ୍ଧାଙ୍କ ଧର୍ମଘଟକୁ ଖେଳ ପାଇଁ ଭୁଲ ବୋଲି କହିଛନ୍ତି ଏବଂ କହିଥିଲେ ଯେ ସେମାନେ ଏହା କରିବା ପୂର୍ବରୁ ଆମ ସହ କଥା ହେବା ଉଚିତ୍ ।
ଏହା ଉପରେ ମହିଳା ତାରକା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଭାବପ୍ରବଣ ହୋଇ କହିଛନ୍ତି, 'ଆମେ କେଉଁ ଅନୁଶାସନ କାମ କରିଛୁ, ପି.ଟି ଉଷା ଜୀ, ଆପଣଙ୍କ ଠାରୁ ଏପରି ଆଶା ନଥିଲା । ଆପଣ ଜଣେ ମହିଳା ହୋଇ ମଧ୍ୟ ଆମ ଯନ୍ତ୍ରଣା ବୁଝୁ ନାହାଁନ୍ତି ।'












Click it and Unblock the Notifications