କୁସ୍ତି ମହାସଂଘ ବିବାଦ : 'ଅଭିଯୋଗ ଗମ୍ଭୀର ...' କହି ଦିଲ୍ଲୀ ପୋଲିସକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ଆଣିଥିବା ଯୌନ ନିର୍ଯ୍ୟାଚନା ଅଭିଯୋଗକୁ ଗମ୍ଭାର ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ WFI ମୁଖ୍ୟ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନ ଉପରେ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ।
ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି । ଏହି ପିଟିସନର ଶୁଣାଣି କରି ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହ୍ମାଙ୍କ ବେଞ୍ଚ କହିଛନ୍ତି ଯେ ଖେଳାଳିଙ୍କ ଅଭିଯୋଗ ଗମ୍ଭୀର ।
ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ଏହି ପ୍ରସଙ୍ଗରେ ଜବାବ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 28 ରେ ହେବ ।
ବରିଷ୍ଠ ଆଡଭୋକେଟ କପିଲ ସିବଲ ଏହି ମାମଲାରେ କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ହାଜର ହୋଇ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜୀକୃତ ହୋଇ ନାହିଁ ।
ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ଏହି ପ୍ରସଙ୍ଗରେ ଜବାବ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 28 ରେ ହେବ । ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାରେ ଅଭିଯୋଗକାରୀ କୁସ୍ତିଯୋଦ୍ଧାମାନଙ୍କ ପରିଚୟ ଲୁଚାଇବାକୁ ସେମାନଙ୍କ ନାମ ନ୍ୟାୟିକ ରେକର୍ଡରୁ ହଟାଯାଉ ।
ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲାରେ 7 ଜଣ ମହିଳା ରେସଲର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ ଯୌନ ଉତ୍ପୀଡ଼ନ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ ।












Click it and Unblock the Notifications