ସୁପ୍ରିମକୋର୍ଟରେ ପହଞ୍ଚିଲା କୁସ୍ତି ମହାସଂଘ ବିବାଦ, ବ୍ରିଜ ଭୂଷଣ ସିଂହ ବିରୋଧରେ ଏଫଆଇଆର ଦାବି

ନୂଆଦିଲ୍ଲୀ : ପ୍ରାୟ ଅଢେଇ ମାସ ପୂର୍ବରୁ ଆରମ୍ଭ ହୋଇଥିବା କୁସ୍ତି ମହାସଂଘ ବିବାଦ ପୁଣି ମୁଣ୍ଡ ଟେକିଛି । WFI ଅଧ୍ୟକ୍ଷ ଥିବା ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଆସିଥିଲା ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହି ମାମଲାକୁ ଅଢେଇ ମାସ ବିତି ଯାଇଥିଲେ ବି କୌଣସି ନିଷ୍କର୍ଷ ବାହାରିନାହିଁ । ଏହାକୁ ନେଇ କୁସ୍ତି ଯୋଦ୍ଧା ମାନେ ପୁଣି ଦିଲ୍ଲୀରେ ଧାଣା ଦେବା ସହ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବର୍ତ୍ତମାନ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । କୁସ୍ତିଯୋଦ୍ଧାମାନେ WFI ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ସହ ତାଙ୍କ ବିରୋଧରେ ଏଫ୍ଆଇଆର୍ କରିବା ନେଇ ଦାବି କରିଛନ୍ତି ।
ଏହି ମାମଲାରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ ଅଭିଯୋଗ ହେବାର 48 ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏଫ୍ଆଇଆର୍ ଦାଖଲ କରାଯାଇ ନାହିଁ । ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ସେ କହିଛନ୍ତି ଯେ ଏଥର ସମସ୍ତ ରାଜନୈତିକ ଦଳ ତାଙ୍କ ମଞ୍ଚକୁ ସ୍ୱାଗତ ।
ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କହିଛି ଯେ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ତଦନ୍ତ କମିଟିରୁ ପୋଲିସ ଏକ ରିପୋର୍ଟ ମାଗିଛି ।
ତେବେ ଦିଲ୍ଲୀ ପୋଲିସ ଏବଂ ସରକାର ଦେଇଥିବା ଆଶ୍ୱାସନାରେ କୁସ୍ତିଯୋଦ୍ଧାମାନେ ଆଉ ସନ୍ତୁଷ୍ଟ ନୁହଁନ୍ତି । ସେ ସିଧାସଳଖ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ବ୍ରିଜ ଭୂଷଣଙ୍କ ବିରୋଧରେ ଗୁରୁତର ଅଭିଯୋଗ କରାଯାଇଛି । ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ମଧ୍ୟ ଦାବି କରିଛନ୍ତି ।
ମନ୍ତ୍ରଣାଳୟ ଉପରେ ପ୍ରଶ୍ନ ଉଠାଇଲେ ଭିନେଶ ଫୋଗଟ
ଦିଲ୍ଲୀରେ ଭିନେଶ ଫୋଗଟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବହୁ ବଡ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି । ଏହି ପ୍ରସଙ୍ଗରେ ବିନେଶ ଫୋଗାଟ କହିଛନ୍ତି ଯେ କ୍ରୀଡା ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି, ଯାହା କେବଳ ନାମକୁ ମାତ୍ର । ମନ୍ତ୍ରଣାଳୟ ନିଜେ ରାଜନୀତି କରିଛି । ସେମାନେ ଆମକୁ ଦେଇଥିବା ପ୍ରତିଜ୍ଞା ପୂରଣ କରି ନାହାଁନ୍ତି ।
ବିନେଶଙ୍କ ଅନୁଯାୟୀ, ଯାହାକୁ ଆମେ ବିଶ୍ୱାସ କରୁଥିଲୁ, ସେ ଆମକୁ ବିଶ୍ୱାସଘାତକତା କରିଛନ୍ତି । ବ୍ରିଜ ଭୂଷଣଙ୍କ ହିସାବରେ ସେଠାରେ ସବୁକିଛି ହେଉଛି । ଅନ୍ୟପକ୍ଷରେ, ସାକ୍ଷୀ ମଲିକ କହିଛନ୍ତି ଯେ କମିଟି ନ୍ୟାୟ ପ୍ରଦାନ କରିବ ବୋଲି ଆମେ ଅନୁଭବ କରୁଛୁ, କିନ୍ତୁ ତାହା ହୋଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ହୋଇନାହିଁ ।












Click it and Unblock the Notifications