Get Updates
Get notified of breaking news, exclusive insights, and must-see stories!

ଜନ୍ତର-ମନ୍ତରରେ ହଜାର ହଜାର କୃଷକ, ବ୍ୟାରିକେଡ୍ ଡେଇଁ କୁସ୍ତିଯୋଦ୍ଧାଙ୍କ ବିରୋଧକୁ କଲେ ସମର୍ଥନ

wrestlers protest

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ଆହୁରି ବଢିବାରେ ଲାଗିଛି । ଦିନକୁ ଦିନ୍ ସମର୍ଥନଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକ ରାଜନୈତିକ ଦଳଙ୍କ ସମର୍ଥନ ପରେ ବର୍ତ୍ତମାନ ଏହି ବିରୋଧ ପ୍ରଦର୍ଶନକୁ ମିଳିଛି କୃଷକଙ୍କ ସମର୍ଥନ ।

କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ ଜଣାଇବା ପାଇଁ ଦିଲ୍ଲୀର ଜନ୍ତର-ମନ୍ତରରେ ପହଞ୍ଚିଛନ୍ତି ହଜାର ହଜାର କୃଷକ । ଆଜି ଏହି ବିରୋଧ ପ୍ରଦର୍ଶନ ସ୍ଥଳେ ପୋଲିସ୍ ବ୍ୟାରିକେଡ୍ ଡେଇଁ ସମର୍ଥନ ଜଣାଇଛନ୍ତି କୃଷକ ।

ଆପଣଙ୍କୁ କହି ରଖୁଛୁ, କୁସ୍ତିଯୋଦ୍ଧାମାନେ WFI ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଶଷଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରୁଛନ୍ତି । କୁସ୍ତି ଖେଳାଳି ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ନେତୃତ୍ୱରେ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏ ନେଇ କୁସ୍ତିଯୋଦ୍ଧାମାନେ ଦିଲ୍ଲୀ କନ୍ନଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଯୌନ ନିର୍ଯ୍ୟାତନା ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ଦାୟର କରିଛନ୍ତି । ଅପର ପକ୍ଷରେ ବ୍ରିଜ ଭୂଷଣ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି ।

ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାୟିତ୍ ମଧ୍ୟ ଜନ୍ତର ମନ୍ତରରେ ପହଞ୍ଚି ଏହି ବିରୋଧ ପ୍ରଦର୍ଶରେ କୁସ୍ତିଯୋଦ୍ଧାମାନଙଅକୁ ସମର୍ଥନ ଜଣାଇଥିଲେ । ବର୍ତ୍ତମାନ ହଜାର ହଜାର କୃଷକ ଜନ୍ତର ମନ୍ତରରେ ପହଞ୍ଚି ସମର୍ଥ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+