ଥମୁନି କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ, କ୍ୟାଣ୍ଡେଲ ରାଲି କରିବେ କୃଷକ ସଙ୍ଗଠନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ । ସେପଟେ ପଦ ନ ଛାଡିବ ନେଇ ନିଜ ଜିଦ୍ ରେ ଅଟଳ ଅଛନ୍ତି ବ୍ରିଜ ଭୂଷଣ ସିଂହ । ଅପରପକ୍ଷେ ବିରୋଧ ପ୍ରଦର୍ଶନ କରୁଥିବା ରେସଲର ମାନଙ୍କୁ ଚାରିଆଡ଼ୁ ମିଳୁଛି ସମର୍ଥନ ।

ଖାପ୍ ପଞ୍ଚାୟତ ନେତା ଓ କୃଷକ ସଙ୍ଗଠନ ମଧ୍ୟ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ରେସଲରମାନଙ୍କୁ ସମର୍ଥନ କରି ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ମହମବତି ରାଲି କରିବେ ବହୁ ଖାପ୍ ପଞ୍ଚାୟତ ନେତା ଓ କୃଷକ ସଂଗଠନ ନେତା । ରେସଲରମାନଙ୍କୁ ସମର୍ଥନ ଜଣାଇ ରବିବାର ହରିଆଣାର ରୋହତକରେ ସମବେତ ହୋଇଥିଲେ କୃଷକ ଓ ଅନ୍ୟାନ୍ୟ ବର୍ଗର ନେତା । ମହମବତି ରାଲିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେବେ ।

Wrestlers Protest

ଏହା ବ୍ୟତୀତ ଆସନ୍ତା 28 ତାରିଖରେ ନୂଆ ପାର୍ଲାମେଣ୍ଟ ଭବନ ନିକଟରେ ମହିଳା ମହାପଞ୍ଚାୟତ କରିବାକୁ ବି ଘୋଷଣା କରିଛନ୍ତି ସଂଗଠନର ନେତା । ଯୌନ ନିର୍ଯାତନା ଓ ଅପରାଧ ମାମଲାରେ କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛି କୁସ୍ତିଯୋଦ୍ଧା ସଂଗଠନ । ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ସମେତ ଶହ ଶହ କୁସ୍ତିଯୋଦ୍ଧା ଓ ସମର୍ଥକ ଏବେ ବି ଦିଲ୍ଲୀ ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ।

ଏହି ମାମଲାରେ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ 2ଟି ମାମଲା ରୁଜୁ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧ ପ୍ରଦର୍ଶନକାରୀ । ଏହି ମାମଲାର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+