Wrestlers Protest : ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ପ୍ରସ୍ତୁତ ଦିଲ୍ଲୀ ପୋଲିସ

wrestlers protest

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ରାଜି ହୋଇଛି । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏସ.ଜି ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଦିଲ୍ଲୀ ପୋଲିସ ଆଜି ସନ୍ଧ୍ୟା ସୁଦ୍ଧା ଏଫ୍ଆଇଆର୍ ପଞ୍ଜିକରଣ କରିବ । ଏହା ପରେ ଦିଲ୍ଲୀ ପୋଲିସ କୋର୍ଟକୁ କହିଛି ଯେ ସେମାନେ ଏଫ୍ଆଇଆର୍ ଦାଖଲ କରିବେ ।

ମହିଳା କୁସ୍ତିଯୋଦ୍ଧା ମାନେ ଡବ୍ଲୁଏଫଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳଇ ସଙ୍ଗୀନ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗରେ ନୋଟିସ ଜାରି କରିଥିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଅଭିଯୋଗ ଗୁରୁତର ଏବଂ ଏହାକୁ ବିଚାର କରାଯିବା ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ରେସଲରଙ୍କ ପକ୍ଷରୁ କପିଲ ସିବଲ ହାଜର ହୋଇଥିଲେ । ସିବଲ କୋର୍ଟଙ୍କୁ କହିଛନ୍ତି ଯେ 7 ଜଣ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିଛନ୍ତି ଯେ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ଅଛନ୍ତି । କିନ୍ତୁ ଏହି ମାମଲାରେ ଏଫଆଇଆର ରୁଜୁ ହୋଇନାହିଁ । ଆବେଦନକାରୀ ହେଉଛନ୍ତି ମହିଳା ରେସଲର । ସିବଲ କହିଛନ୍ତି ଯେ ନାବାଳିକା ଝିଅମାନଙ୍କ ପ୍ରତି ହେଉଥିବା ବିପଦକୁ ଦିଲ୍ଲୀ ପୋଲିସ ମଧ୍ୟ ସମୀକ୍ଷା କରିବା ଉଚିତ ।

ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ନାବାଳିକା ଅଭିଯୋଗକାରୀଙ୍କ ସୁରକ୍ଷାକୁ ନେଇ କୌଣସି ଆପତ୍ତି ନାହିଁ । ନାବାଳିକା ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ 5 ତାରିଖରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+