Get Updates
Get notified of breaking news, exclusive insights, and must-see stories!

କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ : ବଜରଙ୍ଗ ପୁନିଆଙ୍କ ବଡ଼ ଦାବି, ‘ଆମ ଫୋନ୍ ଟ୍ରାକ୍ କରାଯାଉଛି'

wrestlers

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ସେମାନେ ଏକ ବଡ଼ ଦାବି କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ଫୋନ୍ ଟ୍ୟାପ୍ ହେଉଛି । ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକଙ୍କ ସମେତ ସମସ୍ତ ବିକ୍ଷୋଭକାରୀ ଆଜି କଳା ବ୍ୟାଚ୍ ପିନ୍ଧି ବିରୋଧ କରୁଛନ୍ତି ।

କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି କୁସ୍ତିଯୋଦ୍ଧାମାନେ ଗତ 18 ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ।

କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂଗଙ୍କୁ ଗିରଫ କରାଯିବାକୁ ଦାବି କରୁଛନ୍ତି । ସେ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ଏହି ମାମଲାରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି । ଏଥି ମଧ୍ୟରୁ ଗୋଟିଏ ପୋକ୍ସୋ ଆକ୍ଟର ଧାରା 10 ଅନୁଯାୟୀ ରହିଛି । ଅନ୍ୟପକ୍ଷରେ ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ବଜରଙ୍ଗ ପୁନିଆ କହିଛନ୍ତି ଯେ ଆଜି ଆମେ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କଳା ଦିନ ଭାବେ ପାଳନ କରୁଛୁ । ଆମେ ନିଶ୍ଚିତ ଯେ ଦିନେ ଆମେ ଜିତିବୁ, ସମଗ୍ର ଦେଶ ଆମ ସହ ମିଶି ଲଢୁଛନ୍ତି । ଆମର ଆନ୍ଦୋଳନ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଆମେ ନିଶ୍ଚିତ ଭାବରେ ନ୍ୟାୟ ପାଇବୁ ।
କେବଳ ଏତିକି ନୁହେଁ, ବଜରଙ୍ଗ ପୁନିଆ ଦାବି କରିଛନ୍ତି ଯେ ଆଜିକାଲି ଆମର ଫୋନ୍ ନମ୍ବର ଟ୍ରାକ୍ କରାଯାଉଛି, ଆମକୁ ଏପରିକି ଅପରାଧୀ ଭଳି ବ୍ୟବହାର କରାଯାଉଛି । ଆମ ସହିତ ଯୋଗାଯୋଗ କରୁଥିବା ସମସ୍ତଙ୍କୁ ଟ୍ରାକ କରାଯାଉଛି ।

ଆପଣଙ୍କୁ କହି ରଖୁଛୁ କୁସ୍ତିଯୋଦ୍ଧାଙ୍କ ବିରୋଧ କୁ କେତେକ ରାଜନୈତିକ ଦଳ ସମେତ ଭାରତ କିସାନ ୟୁନିଅନ ମଧ୍ୟ ସମର୍ଥନ ଜଣାଇଛି ।
ପୁନିଆ କହିଛନ୍ତି ଯେ ନ୍ୟାୟପାଳିକାଠାରୁ କିଛି ବଡ଼ ନୁହେଁ । କୋର୍ଟ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଆମର ସଂଗ୍ରାମ ସତ୍ୟ ପାଇଁ । ମୁଁ ଭାବୁନାହିଁ ଯେ ଭାରତରେ ଏହିପରି କିଛି ଘଟିଛି । ଯେତେବେଳେ ଆମେ ଦେଶରୁ ସମର୍ଥନ ପାଇଥାଉ, ସେତେବେଳେ ଆମେ ଶକ୍ତି ପାଇଥାଉ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+