କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ: ଧାରଣା କୁ ନେଇ ରାଜନୀତି କରନ୍ତୁ ନାହିଁ - ବବିତା ଫୋଗଟ

ନୂଆଦିଲ୍ଲୀ : ଦେଶର ଜଣାଶୁଣା କୁସ୍ତି ଯୋଦ୍ଧା ମାନେ WFI ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣ ଦେଉଛନ୍ତି । ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦର ପ୍ରିୟଙ୍କା ଗାନ୍ଧୀ ଆଜି ଧାରଣା ସ୍ଥଳରେ ପହଞ୍ଚି ଖେଳାଳି ମାନଙ୍କୁ ଭେଟିବା ସହ ଆଲୋଚନା କରିଥିଲେ । ଏହି ସମୟରେ ପ୍ରିୟଙ୍କା ସାକ୍ଷୀ ମଲିକ, ବିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଏହାକୁ ନେଇ ବବିତା ଫୋଗାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଧାରଣାକୁ ରାଜନୀତି ପାଇଁ ବ୍ୟବହାର ନକରିବାକୁ ବବିତା ଅନୁରୋଧ କରିଛନ୍ତି ।
ରେସଲର ବବିତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଶୂନରୁ ଉପରକୁ ଯାଇଥିବା ଆମେ ଖେଳାଳି ନିଜ ଲଢେଇ ଲଢିବାକୁ ସ୍ୱଂୟ ସକ୍ଷମ । ଖେଳାଳିଙ୍କ ମଞ୍ଚକୁ ରାଜନୈତିକ ରୁଟି ସେକିବା ମଞ୍ଚ କରାଯିବା ଉଚିତ୍ ନୁହେଁ । କିଛି ନେତା ଖେଳାଳିଙ୍କ ପ୍ଲାଟଫର୍ମରୁ ସେମାନଙ୍କ ରାଜନୀତିକୁ ଚମକାଇବାରେ ନିୟୋଜିତ ଅଛନ୍ତି । ଖେଳାଳିମାନେ ମଧ୍ୟ ଏହାକୁ ଧ୍ୟାନରେ ରଖିବା ଉଚିତ୍ । ଆମେ କୌଣସି ଜଣକର ନୁହଁ, ବରଂ ସମଗ୍ର ରାଷ୍ଟ୍ରର ।
ଉଲ୍ଲେଖନୀୟ ଯେ, ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ସିଂହଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଯୌନ ନିର୍ଯ୍ୟାତନା ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିଛି । କୁସ୍ତିଯୋଦ୍ଧାମାନେ ତାଙ୍କୁ ଗିରଫ କରାଯାଇ ସମସ୍ତ ପଦବୀରୁ ହଟାଇବାକୁ ଦାବି କରିଛନ୍ତି ।
🙏🏻🙏🏻 pic.twitter.com/yWmUD5Hriv
— Babita Phogat (@BabitaPhogat) April 29, 2023
ଆପଣଙ୍କୁ କହି ରଖୁଛୁ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଶନିବାର ସକାଳେ ଧର୍ମଘଟ ସ୍ଥଳରେ ପହଞ୍ଚିଥିଲେ । ଏହା ପରେ ତାଙ୍କ ତରଫରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା । ପ୍ରିୟଙ୍କା ଗାନ୍ଧୀ ଲେଖିଥିଲେ ଯେ ଏହି ଖେଳାଳିମାନେ ଆମର ଗର୍ବ । କଠିନ ପରିଶ୍ରମ ଏବଂ ସଂଘର୍ଷ ଦ୍ୱାରା ସେମାନେ ଦେଶ ପାଇଁ ପଦକ ଜିତନ୍ତି । ସେମାନଙ୍କର ଶୋଷଣ, ସେମାନଙ୍କର ଅପମାନ । ଦେଶର ପ୍ରତ୍ୟେକ ମହିଳା ଅପମାନିତ ହେଉଛନ୍ତି । ସେମାନେ ନ୍ୟାୟ ପାଇବା ଉଚିତ - ସମଗ୍ର ଦେଶ ଏହା ଚାହୁଁଛନ୍ତି ।
अगर पीड़ित महिला पहलवालों के हक़ में नहीं खड़ी हो सकती तो बबीता बहन आपसे हाथ जोड़कर विनती है कि हमारे आंदोलन को कमज़ोर तो मत करो
सालों लगे हैं महिला पहलवानों को अपने उत्पीड़क के ख़िलाफ़ आवाज़ उठाने में
आप भी महिला हैं और हमारा दर्द समझने की कोशिश करो । 🙏🙏 https://t.co/cfk9W1yTvj
— Vinesh Phogat (@Phogat_Vinesh) April 29, 2023
ଅନ୍ୟପକ୍ଷରେ, ବିନେଶ ଫୋଗଟ ବବିତାଙ୍କ ବିବୃତ୍ତିକୁ ଟ୍ୱିଟ୍ କରି ଆନ୍ଦୋଳନକୁ ଦୁର୍ବଳ କରିଥିବା ଅଭିଯୋଗ କରିଛନ୍ତି । ବିନେଶ ଲେଖିଛନ୍ତି ଯେ ଯଦି ପୀଡ଼ିତା ମହିଳା କୁସ୍ତିଯୋଦ୍ଧାମାନଙ୍କ ଅଧିକାର ପାଇଁ ଠିଆ ହୋଇପାରିବେ ନାହିଁ, ତେବେ ବବିତା ଭଉଣୀ ଆମ ଆନ୍ଦୋଳନକୁ ଦୁର୍ବଳ ନକରନ୍ତୁ । ମହିଳା କୁସ୍ତିଯୋଦ୍ଧାମାନଙ୍କୁ ସେମାନଙ୍କ ଉପରେ ହୋଇଥିବା ଉତ୍ପୀଡ଼ନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବର୍ଷ ବର୍ଷ ଲାଗିଛି । ଆପଣ ମଧ୍ୟ ଜଣେ ମହିଳା ଏବଂ ଆମର ଯନ୍ତ୍ରଣା ବୁଝିବାକୁ ଚେଷ୍ଟା କର ।












Click it and Unblock the Notifications