କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ କେଜ୍ରିୱାଲ, କହିଲେ - ‘ଏଫଆଇଆର ଦାଖଲ କରିବାକୁ 7 ଦିନ ଲାଗିଗଲା'

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିପକ୍ଷରେ ଧାଣା ଦେଇଥିବା କୁସ୍ତିଯୋଦ୍ଧାଙ୍କୁ ମିଳୁଛି ରାଜନୈତିକ ସମର୍ଥନ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି । କେଜ୍ରିୱାଲ ଆଜି ଜନ୍ତର ମନ୍ତରରେ ପହଞ୍ଚିଥିଲେ । ଏଠାରେ ସେ ସମସ୍ତଙ୍କୁ କୁସ୍ତିମାନଙ୍କ ସମର୍ଥନରେ ଛିଡ଼ା ହେବାକୁ ଆହ୍ୱାନ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସିଏମ ହୋଇଥିବାରୁ ସେ ଯଥା ସମ୍ଭବ ସାହାଯ୍ୟ କରିବେ ।
ଦିଲ୍ଲୀ ସିଏମ କେଜ୍ରିୱାଲ କହିଛନ୍ତି ଯେ ଯେଉଁମାନେ ଭାରତକୁ ଭଲ ପାଆନ୍ତି ସେମାନେ କଂଗ୍ରେସ ହେଉ କିମ୍ବା AAP କିମ୍ବା ବିଜେପିର ହୁଅନ୍ତୁ, ଏହି କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିବା, ସେମାନଙ୍କ ସହ ସହଯୋଗ କରିବା ଉଚିତ୍ । ଏଥିସହ ସେ କହିଛନ୍ତି ଯେ ସେମାନେ (କୁସ୍ତିଯୋଦ୍ଧା) ନିଜ ପାଇଁ ଲଢୁ ନାହାଁନ୍ତି । ସେମାନେ ସମଗ୍ର କ୍ରୀଡା ଜଗତ ପାଇଁ ସଂଗ୍ରାମ କରୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଚିନ୍ତାର ବିଷୟ ଯେ ଯିଏ ଏତେ ଶକ୍ତିଶାଳୀ ଯେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କୁ 7 ଦିନ ସମୟ ଲାଗିଗଲା । ଯଦି ଏହି ପିଲାମାନେ ଲଢି ନଥାନ୍ତେ, ତେବେ ଝିଅମାନଙ୍କ ସହିତ ଭୁଲ କାମ ହୋଇଥାନ୍ତା । ସେଥିପାଇଁ ଦିନେ ଦୁଇ ଦିନ ଛୁଟି ନେଇ ଏଠାକୁ ଆସ, ଏବଂ ଏହି କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କର ।
ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନଙ୍କ ପାଇଁ ଜଳ ଏବଂ ବିଦ୍ୟୁତ ଭଳି ମୌଳିକ ସୁବିଧାରେ କାଟ୍ ନ କରନ୍ତୁ । ମାନବିକ ଅଧିକାର ଅନୁଯାୟୀ ଏହା ମଧ୍ୟ ଆବଶ୍ୟକ । ଏହା ପୂର୍ବରୁ ଗତକାଲି ଆମ୍ ଆଦମୀ ପାର୍ଟିର ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଅତିଶୀ ମଧ୍ୟ କୁସ୍ତିଯୋଦ୍ଧାମାନଙ୍କୁ ଭେଟିଥିଲେ ।
ସୂଚନାଥାଉକି, ତିନିମାସ ପୂର୍ବେ ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଜନ୍ତର ମନ୍ତରରେ ଧାରଣା ଦେଇଥିଲେ । ଏହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଏକ ଅନୁସନ୍ଧାନ କମିଟି ଗଠନ କଲା । କିନ୍ତୁ, ତିନିମାସ ପରେ ମଧ୍ୟ ଅନୁସନ୍ଧାନର ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ । ଏହା ପରେ ଏଥିରେ ଅସନ୍ତୋଷ ହୋଇ ରେସଲର ମାନେ ପୁଣି ଥରେ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications