ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର - ବିନେଶ ଫୋଗଟଙ୍କ ବଡ ଅଭିଯୋଗ

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ରେସଲରମାନେ କ୍ରମାଗତ ଭାବେ ଆନ୍ଦୋଳନ କରୁଛନ୍ତି । ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ରେସଲର । ଏହି ସମୟରେ ମହିଳା କୁସ୍ତିଯୋଦ୍ଧାମାନେ ଏକ ବଡ଼ ଅଭିଯୋଗ କରିଛନ୍ତି । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବ୍ରିଜ ଭୂଷଣ ଶରଣ ସିଂହ ମାମଲାକୁ ଦବାଇଦେବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ମହିଳା କୁସ୍ତିଯୋଦ୍ଧା ।
ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ କହିଛନ୍ତି ଯେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଠିଆ ହେବା ଅତ୍ୟନ୍ତ କଷ୍ଟକର, ବିଶେଷକରି ଏପରି ଜଣେ ବ୍ୟକ୍ତି ଯିଏ ଦୀର୍ଘ ସମୟ ଧରି ସେହି ପଦବୀରେ ରହିଆସିଛନ୍ତି ଏବଂ କ୍ଷମତାର ଅପବ୍ୟବହାର କରୁଛନ୍ତି ।
ସୂଚନାଥାଉକି, କୁସ୍ତିଯୋଦ୍ଧା ମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିନେଶ ଫୋଗଟ କହିଛନ୍ତି ଯେ ବିରୋଧ ଆରମ୍ଭ କରିବା ପୂର୍ବରୁ ଆମେ ଅଧିକାରୀଙ୍କୁ ଭେଟିଥିଲୁ, କିନ୍ତୁ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇନଥିଲା, ଯାହା ପରେ ଆମକୁ ଧାରଣାରେ ବସିବାକୁ ପଡିଲା ।
ବିନେଶ ଫୋଗଟ ଆହୁରି କହିଛନ୍ତି ଯେ ତିନି-ଚାରି ମାସ ପୂର୍ବେ ଆମେ ଜନ୍ତର ମନ୍ତରରେ ବସିଥିଲୁ, ଆମେ ଅଧିକାରୀମାନଙ୍କୁ ଭେଟିଥିଲୁ, ଆମେ ସେମାନଙ୍କୁ ସବୁକିଛି କହିଥିଲୁ, ମହିଳା ଖେଳାଳୀମାନେ କିପରି ଯୌନ ନିର୍ଯାତନା ତଥା ମାନସିକ ନିର୍ଯ୍ୟାତନା ପାଇଥିଲେ ସହୁ ଜଣାଇଥିଲୁ । ଯେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ସେତେବେଳେ ଆମକୁ ଧାଣାରେ ବସିବାକୁ ପଡିଲା ।
ବିନେଶ ଫୋଗାଟ କହିଛନ୍ତି ଯେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କୌଣସି ପଦକ୍ଷେପ ନେଇ ନାହାଁନ୍ତି, ସେ ଏକ ତଦନ୍ତ କମିଟି ଗଠନ କରି ଏହାକୁ ଦବାଇବାକୁ ଚେଷ୍ଟା କରିଛନ୍ତି । ଅନୁରାଗ ଠାକୁରଙ୍କୁ ଭେଟିବା ପରେ ଆମେ ଆମର ବିରୋଧ ଶେଷ କରିଥିଲୁ । ସମସ୍ତ ଖେଳାଳି ସେମାନଙ୍କ ଅତୀତ ବିଷୟରେ କହିଥିଲେ, କିନ୍ତୁ ସେମାନେ ଏକ ଅନୁସନ୍ଧାନ କମିଟି ଗଠନ କରି ଏହି ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।
ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ବ୍ରିଜ ଭୂଷଣ ଶରଣ ସିଂହ କହିଛନ୍ତି ଯେ ଆମେ ଏକ ନୂତନ ନିୟମ କରିଛୁ ଯେଉଁଥିପାଇଁ ଖେଳାଳିମାନେ ବିରୋଧ କରୁଛନ୍ତି, କିନ୍ତୁ ଏହା ଅଲିମ୍ପିକ୍ସ ବିଷୟରେ ନୁହେଁ ବରଂ ଯୌନ ଉତ୍ପୀଡ଼ନ ବିଷୟରେ । ଯଦି ମୁଁ ଅଲିମ୍ପିକ୍ସର ନିୟମ ବିଷୟରେ କହିବି, ଫେଡେରେସନ୍ ସେହି ଲୋକଙ୍କ ପରୀକ୍ଷା ନେବ ଯେଉଁମାନେ ଅଲିମ୍ପିକ୍ସ ପାଇଁ ଆସିବେ, ସେମାନେ ଯାହା ଚାହିଁବେ ତାହାର ପରୀକ୍ଷା କରିପାରିବେ ।












Click it and Unblock the Notifications