Get Updates
Get notified of breaking news, exclusive insights, and must-see stories!

ଗାନ୍ଧୀ ଜୟନ୍ତୀରେ ଲେହରେ ବିଶ୍ୱର ସର୍ବବୃହତ ଖଦୀ ତ୍ରିରଙ୍ଗା ଉନ୍ମୋଚିତ

ଲଦାଖର ୟୁନିଅନ୍ ଟେରିଟୋରୀର ରାଜଧାନୀ ଲେହର ଜନସ୍କାର ପାହାଡ ଉପରେ ଏହି ତ୍ରିରଙ୍ଗା ଲଗାଯାଇଛି । ସୂଚନା ଅନୁଯାୟୀ, ପତାକାର ଦୈର୍ଘ୍ୟ 225 ଫୁଟ ଏବଂ ପ୍ରସ୍ଥ 150 ଫୁଟ ଏବଂ ଓଜନ 1000 କିଲୋଗ୍ରାମ ।

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ 152 ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବାପୁଙ୍କୁ ସ୍ମରଣ କରାଯାଉଛି । ଏହି ସମୟରେ ଲେହରେ ବିଶ୍ୱର ସର୍ବବୃହତ ଖଦୀ ଜାତୀୟ ପତାକା ଲଗାଯାଇଛି । ଲଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର.କେ ମାଥୁର ଶନିବାର କେନ୍ଦ୍ର ଶାସିତ ଅଞ୍ଚଳରେ ଖଦୀ କପଡ଼ାରେ ନିର୍ମିତ ସବୁଠାରୁ ବଡ଼ ତ୍ରିରଙ୍ଗାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ଉପସ୍ଥିତ ଥିଲେ ।

national flag

ଲଦାଖର ୟୁନିଅନ୍ ଟେରିଟୋରୀର ରାଜଧାନୀ ଲେହର ଜନସ୍କାର ପାହାଡ ଉପରେ ଏହି ତ୍ରିରଙ୍ଗା ଲଗାଯାଇଛି । ସୂଚନା ଅନୁଯାୟୀ, ପତାକାର ଦୈର୍ଘ୍ୟ 225 ଫୁଟ ଏବଂ ପ୍ରସ୍ଥ 150 ଫୁଟ ଏବଂ ଓଜନ 1000 କିଲୋଗ୍ରାମ । ମୁମ୍ବାଇର ଏକ ପ୍ରିଣ୍ଟିଂ କମ୍ପାନୀ ସହାୟତାରେ ଏହି ତ୍ରିରଙ୍ଗା ପ୍ରସ୍ତୁତ କରାଯାଇଛି ।

ଏହି ତ୍ରିରଙ୍ଗା ପ୍ରସ୍ତୁତି ପାଇଁ ପ୍ରାୟ 4500 ମିଟର ଖଦୀ କପଡା ବ୍ୟବହାର କରାଯାଇଛି । ତ୍ରିରଙ୍ଗାର ସମୁଦାୟ କ୍ଷେତ୍ର 37,500 ବର୍ଗଫୁଟ ରହିଛି । ଏହି ଜାତୀୟ ପତାକା ତିଆରି କରିବାକୁ 70 କାରିଗରଙ୍କୁ 49 ଦିନ ଲାଗିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+