For Quick Alerts
Turn On Notification  
For Daily Alerts
Oneindia App Download

ହ୍ରଦରୁ ମିଳିଲା ବିଶ୍ୱର ସର୍ବବୃହତ ‘ଗୋଲ୍ଡ ଫିସ୍', ଓଜନ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ଫ୍ରାନ୍ସରେ ମାଛ ଧରିବାବେଳେ ଜଣେ ବ୍ରିଟିଶ ମତ୍ସ୍ୟଜୀବୀ 30 କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଏକ ଗୋଲ୍ଡ ଫିସ୍ ଧରିଛନ୍ତି, ଯାହାକି ବିଶ୍ୱର ସର୍ବବୃହତ ଗୋଲ୍ଡ ଫିସ୍ ବୋଲି କୁହାଯାଉଛି ।

|

ଆପଣ ସାଧାରଣତଃ 'ଗୋଲ୍ଡ ଫିସ୍' ଆକ୍ୱାରିଅମ୍ କିମ୍ବା କୌଣସି ମାଛ ସଂରକ୍ଷିତ ସ୍ଥାନରେ ଦେଖିଥିବେ । ଆପଣ ଦେଖିଥିବା ଗୋଲ୍ଡ ଫିସ୍ ସାଧାରଣତଃ ବହୁତ ଛୋଟ ହୋଇଥାଏ । ଏପରିକି ଏହା ସୌନ୍ଦର୍ଯ୍ୟ ପାଇଁ ଆମେ ଘରେ ଆକ୍ୱାରିଅମରେ ରଖିଥାଉ ।

କେବେ ଚିନ୍ତା କରିଛନ୍ତି କି ଏକ 'ଗୋଲ୍ଡ ଫିସ୍' କେତେ ବଡ ହୋଇପାରେ ? ଏହାର ସର୍ବାଧିକ ଓଜନ କେତେ ହୋଇପାରେ ? ଏକ ବିଶାଳକାୟ 'ଗୋଲ୍ଡ ଫିସ୍' ଧରାପଡ଼ିଛି, ଯାହାର ଓଜନ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

gold fish

ଫ୍ରାନ୍ସରେ ମାଛ ଧରିବାବେଳେ ଜଣେ ବ୍ରିଟିଶ ମତ୍ସ୍ୟଜୀବୀ 30 କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଏକ ଗୋଲ୍ଡ ଫିସ୍ ଧରିଛନ୍ତି, ଯାହାକି ବିଶ୍ୱର ସର୍ବବୃହତ ଗୋଲ୍ଡ ଫିସ୍ ବୋଲି କୁହାଯାଉଛି । ନ୍ୟୁୟର୍କ ପୋଷ୍ଟର ଖବର ଅନୁଯାୟୀ, 42 ବର୍ଷିୟ ଆଣ୍ଡି ହ୍ୟାକେଟ୍ ଫ୍ରାନ୍ସର ବ୍ଲୁ ୱାଟର ହ୍ରଦରେ ମାଛ ଧରିବାବେଳେ 30.5 କିଲୋଗ୍ରାମର ଏକ ମାଛ ଧରିଥିଲେ । ସେ ଏହି ବିଶାଳ ମାଛର ନାମ ଦ କ୍ୟାରଟ୍ ରଖିଛନ୍ତି । ଏହା ପୂର୍ବରୁ 2019 ରେ ଜେସନ ଫୁଗେଟ୍ ମିନିସୋଟା ଠାରେ 13.6 କିଲୋଗ୍ରାମର ଏକ ଗୋଲ୍ଡ ଫିସ୍ ଧରିଥିଲେ ।

ରିପୋର୍ଟ ଅନୁଯାୟୀ, ଧରାଯାଇଥିବା 30.5 କିଲୋଗ୍ରାମ ଗୋଲ୍ଡ ଫିସ୍ ହାଇବ୍ରିଡ ପ୍ରଜାତିର । ଏହା କୋଇ କାର୍ପ ଏବଂ ଲେଟର କାର୍ପର ଏକ ହାଇବ୍ରିଡ ପ୍ରଜାତି । ଆଣ୍ଡି କହିଛନ୍ତି ଯେ ମୁଁ ସବୁବେଳେ ଜାଣିଥିଲି ଯେ ଏହି ମାଛ ଏଠାରେ ଅଛି, କିନ୍ତୁ ମୁଁ ଭାବି ନଥିଲି ଯେ ଏହାକୁ ଧରିବି । ସେ କହିଛନ୍ତି ଯେ ଏହି ମାଛକୁ ଧରିବା ପାଇଁ ମୋତେ 25 ମିନିଟ୍ ସମୟ ଲାଗିଛି । ମୁଁ ଜାଣିଥିଲି ଏହା ଯଥେଷ୍ଟ ବଡ, କିନ୍ତୁ ଯେତେବେଳେ ଏହା ଜାଲରେ ଲାଗିଲା ଏହା ଉପର ତଳ ହେବାକୁ ଲାଗିଲା । ଏହା ପରେ, ଯେତେବେଳେ ଆମେ ଏହାକୁ ହ୍ରଦରୁ ବାହାରକୁ ଆଣିଲୁ, ଦେଖିଲୁ ଏହା କମଳା ରଙ୍ଗର । ଏହାକୁ ଧରିବା ଉତ୍ସାହଜନକ, କିନ୍ତୁ ଏହା ସବୁ ଭାଗ୍ୟର ବିଷୟ ।

ଏହି ସମୟରେ ସୋଶାଲ ମିଡିଆରେ ଏହି ଗୋଲ୍ଡ ଫିସ୍ ର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଫେସବୁକରେ ବ୍ଲୁ ୱାଟର ହ୍ରଦ ପେଜ୍ ରେ ସେୟାର କରାଯାଇଛି । ଆଣ୍ଡି ଏହାକୁ ଧରିଥିବାର ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ, ଏହି ଗୋଲ୍ଡ ଫିସ୍ ପ୍ରଜାତିଗୁଡିକ ପ୍ରାୟ 20 ବର୍ଷ ପୁରୁଣା, ଯାହା 15 ବର୍ଷ ପୂର୍ବେ ହ୍ରଦରେ ରଖାଯାଇଥିଲା । ବ୍ଲୁ ୱାଟର ହ୍ରଦ ମୁଖପାତ୍ର ଜେସନ କୋଲାର କହିଛନ୍ତି ଯେ ଏହା ବହୁତ ବଡ, ଯେଉଁଥିପାଇଁ ଏହାକୁ ଧରିବା କଷ୍ଟକର ଅଟେ । ଏହି ଗୋଲ୍ଡ ଫିସ୍ ଧରିବା ପରେ ଆଣ୍ଡି ହ୍ୟାକେଟ୍ ନିରାପଦରେ ଏହାକୁ ହ୍ରଦକୁ ପଠାଇଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
World's Biggest Gold Fish weight 30.5 kg Caught in a lake
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X