ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ କୃଷ୍ଣ ମନ୍ଦିର, ଖର୍ଚ୍ଚ ହେବ 800 କୋଟି
ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ ଶ୍ରୀକୃଷ୍ଣ ମନ୍ଦିର । ବଙ୍ଗଳାର ରାଜଧାନୀ କୋଲକାତାଠାରୁ 130 କିଲୋମିଟର ଦୂର ନଦିଆ ଠାରେ ନିର୍ମିତ ହେଉଛି ଏହି ସର୍ବ ବୃହତ ଶ୍ରୀକୃଷ୍ଣ ମନ୍ଦିର ।
କୋଲକାତା : ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ ଶ୍ରୀକୃଷ୍ଣ ମନ୍ଦିର । ବଙ୍ଗଳାର ରାଜଧାନୀ କୋଲକାତାଠାରୁ 130 କିଲୋମିଟର ଦୂର ନଦିଆ ଠାରେ ନିର୍ମିତ ହେଉଛି ଏହି ସର୍ବ ବୃହତ ଶ୍ରୀକୃଷ୍ଣ ମନ୍ଦିର । 6 ଲକ୍ଷ ସ୍କ୍ୱୟାର ଫୁଟ ସ୍ଥାନରେ ନିର୍ମାଣ ହେଉଥିବା ଏହି ଭବ୍ୟ ମନ୍ଦିରରେ ଖର୍ଚ୍ଚ ହେବ ପ୍ରାୟ 800 କୋଟି ଟଙ୍କା ।

ଇସ୍କନ ପକ୍ଷରୁ ନିର୍ମାଣ ହେଉଥିବା ଏହି ମନ୍ଦିର ଭକ୍ତଙ୍କ ପାଇଁ 2023 ରୁ ଖୋଲି ଦିଆଯିବ ବୋଲି କୁହାଯାଇଛି । ଆମେରିକାର ଅଟୋମୋବାଇଲ କମ୍ପାନୀ ଫୋର୍ଡର ସଂସ୍ଥାପକ ଆଲ୍ଫର୍ଡ ଫୋର୍ଡ ଏହାର ଚେୟାରମ୍ୟାନ ଅଛନ୍ତି । 7 ମହଲା ବିଶିଷ୍ଟ ଏହି ମନ୍ଦିରରେ ଏକା ସଙ୍ଗରେ 10 ହଜାର ଭକ୍ତ କୀର୍ତ୍ତନ କରିପାରିବେ । 2009 ରୁ ଏହାର କାର୍ଯ୍ୟ ଦ୍ରୁତ ବେଗରେ ଜାରି ରହିଛି ।












Click it and Unblock the Notifications