Get Updates
Get notified of breaking news, exclusive insights, and must-see stories!

World Happiness Report : ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ 10 ଟି ସୁଖୀ ଦେଶ, ଜାଣନ୍ତୁ ଭାରତ ରହିଛି କେତେ ନମ୍ବରରେ

ବିଡ଼ମ୍ବନାର ବିଷୟ ହେଉଛି ଖୁସି ଦେଶ ତାଲିକାରେ ଭାରତ 136 ତମ ସ୍ଥାନରେ ରହିଛି । ତେବେ ଗତଥର ତୁଳନାରେ ଭାରତର ମାନ୍ୟତାରେ ଉନ୍ନତି ଆସିଛି ।

ନୂଆଦିଲ୍ଲୀ : ମିଳିତ ଜାତିସଂଘ 18 ମାର୍ଚ୍ଚ ଶୁକ୍ରବାର ଦିନ 2022 ବର୍ଷ ପାଇଁ ବିଶ୍ୱ ଖୁସୀ ରିପୋର୍ଟ 2022 (World Happiness Report 2022) ପ୍ରକାଶ କରିଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ମାପ ନେଟୱାର୍କ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ 146 ଟି ଦେଶ ଅନ୍ତର୍ଭୂକ୍ତ କରାଯାଇଛି । ଲଗାତାର ପଞ୍ଚମ ଥର ପାଇଁ ଫିନଲ୍ୟାଣ୍ଡ ଏହି ତାଲିକାରେ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନକୁ ଏହି ତାଲିକାର ସବୁଠାରୁ ନିମ୍ନରେ ରଖାଯାଇଛି ।

children

ଖୁସି ଦେଶ ତାଲିକାରେ ଫିନଲ୍ୟାଣ୍ଡ ମଧ୍ୟ ଏଥର ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ପରେ ଡେନମାର୍କ ଦ୍ୱିତୀୟରେ ଥିବା ବେଳେ ଆଇସଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି । ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡ ଚତୁର୍ଥ, ନେଦରଲ୍ୟାଣ୍ଡ ପଞ୍ଚମ, ଲକ୍ସେମବର୍ଗ ଷଷ୍ଠ, ସ୍ୱିଡେନ ସପ୍ତମ, ନରୱେ ଅଷ୍ଟମ, ଇସ୍ରାଏଲ୍ ନବମ ଏବଂ ନ୍ୟୁଜିଲ୍ୟାଣ୍ଡ ଦଶମ ସ୍ଥାନରେ ରହିଛି ।

ବିଡ଼ମ୍ବନାର ବିଷୟ ହେଉଛି ଖୁସି ଦେଶ ତାଲିକାରେ ଭାରତ 136 ତମ ସ୍ଥାନରେ ରହିଛି । ତେବେ ଗତଥର ତୁଳନାରେ ଭାରତର ମାନ୍ୟତାରେ ଉନ୍ନତି ଆସିଛି । ଗତ ବର୍ଷ ଭାରତ 139 ତମ ସ୍ଥାନରେ ରହିଥିଲା ଏବଂ କୌଣସି ପ୍ରକାରେ 10 ଟି ଅସନ୍ତୁଷ୍ଟ ଦେଶ ତାଲିକାରୁ ବାଦ ପଡିଥିଲା । ବିଶ୍ୱ ସୁଖୀ ଦେଶ ତାଲିକାରେ ଭାରତର ସ୍ଥିତି ଚିନ୍ତାଜନକ ଥିବାବେଳେ ପଡୋଶୀ ଦେଶଗୁଡ଼ିକ ଭଲରେ ଅଛନ୍ତି ।

ଏହି ରିପୋର୍ଟରେ ପାକିସ୍ତାନ 121 ର ମାନ୍ୟତା ପାଇଥିବାବେଳେ ବାଂଲାଦେଶ 100 ନମ୍ବରରେ ସ୍ଥାନ ପାଇଛି । ବାଂଲାଦେଶ 94 ତମ ସ୍ଥାନରେ ଥିବାବେଳେ ଚାଇନା 72 ତମ ସ୍ଥାନରେ ରହିଛି । ଯଦି ଆମେ ଏହି ତାଲିକାକୁ ଦେଖିବା ତେବେ ଏହା ସ୍ପଷ୍ଟ ଦେଖାଯାଏ ଯେ ଆଫଗାନିସ୍ତାନ ବ୍ୟତୀତ ଭାରତର ପଡୋଶୀ ଦେଶ ଖୁସି ଦେଶ ତାଲିକାରେ ଆଗରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+