ପଛଘୁଞ୍ଚା ଦେବୁନି କି ଘରକୁ ଫେରିବୁନି ; ଚାଷୀ ସଙ୍ଗଠନ ସହ ଡିସେମ୍ବରରେ ଆଲୋଚନା ପାଇଁ କେନ୍ଦ୍ରର ଆହ୍ୱାନ

କୃଷକନେତା କହିଛନ୍ତି, 'ଆମେ ଏଠାରୁ (ସିଙ୍ଗୁ ସୀମା) ଘୁଞ୍ଚିବୁ ନାହିଁ କି ଘରକୁ ଫେରିବୁ ନାହିଁ, ଆମର ସଂଗ୍ରାମ ଜାରି ରଖିବୁ | ପଞ୍ଜାବ ଏବଂ ହରିୟାଣାରୁ ହଜାର ହଜାର କୃଷକ ଏହି ବିକ୍ଷୋଭରେ ଯୋଗଦେବାକୁ ଆସିଛନ୍ତି।'

ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁି ପଞ୍ଜାବ ଓ ହରିୟାଣାରୁ ଆସିଥିବା କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଉତ୍ତରପ୍ରଦେଶର କେତେକ କୃଷକ ନିଜ ଗାଡ଼ି ସହିିତ ଗାଜିପୁର ସୀମାରେ ଏକତ୍ରିତ ହୋଇଛନ୍ତି | ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଞ୍ଜାବ କୃଷକ ମାନଙ୍କ ଦ୍ୱାରା ଦିଆଯାଇଥିବା 'ଦିଲ୍ଲୀ ଚଲୋ' ଡାକରାରେ ସାମିଲ ହେବା ପାଇଁ ଗାଜିପୁର ସୀମାରେ ପ୍ରାୟ 200 ଚାଷୀ ପହଞ୍ଚିଛନ୍ତି | ଏବମ ସେମାନଙ୍କ ସହ ଆଲୋଚନା କରାଯାଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି | ଜନସାଧାରଣଙ୍କ ପାଇଁ କୌଣସି ଅସୁବିଧା ନହେବା ତଥା ଯାତାୟାତର ସୁଗମତାକୁ ନିଶ୍ଚିତ କରିବା ପାଇଁ ଆନ୍ଦୋଳନକାରୀ କୃଷକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ଗାଡି ପାର୍କିଂ କରିଛନ୍ତି ବୋଲି ସେ କହିଛନ୍ତି |

Delhi-Protest

"କୃଷକମାନେ ଦାବି କରୁଛନ୍ତି ଯେ ସେମାନେ ଦିଲ୍ଲୀ ଆଡକୁ ଅଗ୍ରସର ହେବାକୁ ଚାହାଁନ୍ତି କିନ୍ତୁ ଆମେ ସେମାନଙ୍କ ସହ କଥାବାର୍ତ୍ତା କରୁଛୁ | ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ପ୍ରାୟ 200 ଜଣ ଅଛନ୍ତି | ସେମାନେ ୟୁପି ଫାଟକରେ ବସିଛନ୍ତି" ବୋଲି ପୋଲିସ ଡେପୁଟି କମିଶନର ଜସମିତ ସିଂ କହିଛନ୍ତି |

ପୋଲିସର ଭାରି ଉପସ୍ଥିତି ମଧ୍ୟରେ ପଞ୍ଜାବ ଏବଂ ହରିୟାଣାର ହଜାର ହଜାର କୃଷକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ଉତ୍ତର ଦିଲ୍ଲୀ ଗ୍ରାଉଣ୍ଡ ଦିଆଯିବା ପରେ ମଧ୍ୟ ଶନିବାର ଲଗାତାର ତୃତୀୟ ଦିନ ପାଇଁ ସିଙ୍ଗୁ ଏବଂ ଟିକ୍ରି ସୀମାରେ ବସିରହିଥିଲେ | ସନ୍ତ ନିରଙ୍କରୀ ପଡ଼ିଆକୁ ଯିବାକୁ ମନା କରିବ ପରେ ସିଙ୍କୁ ସୀମାରେ ବହୁ ମାତ୍ରାରେ ଚାଷୀ ଯୋଗଦେବାରୁ ସେଠାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି |

ସିଙ୍ଗୁ ସୀମାରେ ଥିବା କୃଷକ ନେତାଙ୍କ ସହ ଆଲୋଚନାରେ କହିଛନ୍ତି, କୃଷକମାନେ ନିଜର ଆନ୍ଦୋଳନ ଜାରି ରଖିବେ | କୃଷକନେତା କହିଛନ୍ତି, 'ଆମେ ଏଠାରୁ (ସିଙ୍ଗୁ ସୀମା) ଘୁଞ୍ଚିବୁ ନାହିଁ କି ଘରକୁ ଫେରିବୁ ନାହିଁ, ଆମର ସଂଗ୍ରାମ ଜାରି ରଖିବୁ | ପଞ୍ଜାବ ଏବଂ ହରିୟାଣାରୁ ହଜାର ହଜାର କୃଷକ ଏହି ବିକ୍ଷୋଭରେ ଯୋଗଦେବାକୁ ଆସିଛନ୍ତି।' କେନ୍ଦ୍ରର ତିନୋଟି ଚାଷ ଆଇନକୁ ବିରୋଧ କରୁଥିବା କୃଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହି ନିୟମ ସର୍ବନିମ୍ନ ସହାୟତା ମୂଲ୍ୟ ବ୍ୟବସ୍ଥାକୁ ଭାଙ୍ଗିବ ପାଇଁ ଏକ ପଥ ପରିଷ୍କାର କରିବ ଏବଂ ଏହାକୁ ବଡ ବଡ କର୍ପୋରେଟରଙ୍କ ହାତରେ ଛାଡିଦେବ |
ଅପରପକ୍ଷରେ କେନ୍ଦ୍ର ସରକାର ପଞ୍ଜାବ କୃଷକ ସଙ୍ଗଠନକୁ ଡିସେମ୍ବରରେ ଦିଲ୍ଲୀଠାରେ ଆଉ ଏକ ଆଲୋଚନା କରିବା ପାଇଁ ଆହ୍ୱନ କରିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+