Get Updates
Get notified of breaking news, exclusive insights, and must-see stories!

ଇରାନ ହିଜାବ ବିରୋଧ ପ୍ରଦର୍ଶନ ସମର୍ଥନରେ ଭାରତୀୟ ମହିଳା, ନିଜ କେଶ କାଟି କଲେ ସମର୍ଥନ

ଇରାନ ହିଜାବ ବିରୋଧ ପ୍ରଦର୍ଶନକୁ ସମର୍ଥନରେ ବାହାରିଛନ୍ତି ଭାରତୀୟ ମହିଳା । ଉତ୍ତର ପ୍ରଦେଶର ନିବାସୀ ଡ ଅନୁପମା ଭରଦ୍ୱାଜ ସୋଶାଲ ମିଡିଆରେ ନିଜ କେଶ କାଟିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଭାଇରାଲ ହେଉଛି ।

ଲକ୍ଷ୍ନୌ : ଇରାନ ହିଜାବ ବିରୋଧ ପ୍ରଦର୍ଶନକୁ ସମର୍ଥନରେ ବାହାରିଛନ୍ତି ଭାରତୀୟ ମହିଳା । ଉତ୍ତର ପ୍ରଦେଶର ନିବାସୀ ଡ ଅନୁପମା ଭରଦ୍ୱାଜ ସୋଶାଲ ମିଡିଆରେ ନିଜ କେଶ କାଟିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଭାଇରାଲ ହେଉଛି । ଏହି ଭିଡିଓ ଭାଇରାଲ ହେବା ପରେ ହିଜାବକୁ ନେଇ ପୁଣିଥରେ ଆଲୋଚନା କରାଯାଉଛି । ଏହାପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଇରାନ ହିଜାବ ବିରୋଧ ପ୍ରଦର୍ଶନରେ ସାମିଲ ମହିଳାମାନଙ୍କୁ ସମର୍ଥନ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଭାରତରେ କର୍ଣ୍ଣାଟକର ବିଦ୍ୟାଳୟରେ ହିଜାବ ବ୍ୟବହାରକୁ ନେଇ ବିବାଦ ଲାଗି ରହିଛି । ଏହି ମାମଲା ଏତେ ଗମ୍ଭୀର ହୋଇଛି ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଅଛି ।

hijab

ବାସ୍ତବରେ, ଭାରତର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ବ୍ୟତୀତ ଇରାନରେ ମଧ୍ୟ ହିଜାବ ବିରୋଧରେ ପ୍ରଦର୍ଶନ ହେଉଛି । ବିଦ୍ୟାଳୟରେ ହିଜାବ ପିନ୍ଧିଥିବା ଝିଅଙ୍କ ପ୍ରସଙ୍ଗ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି । ଏହି ସମୟରେ, ଇସଲାମ ଦେଶର ପରିଚୟ ଥିବା ଇରାନରେ ହିଜାବକୁ ନେଇ ବିରୋଧ ଜାରି ରହିଛି । ଏହି ଆନ୍ଦୋଳନର ଗତ 18 ଦିନ ଧରି ଲାଗି ରହିଛି ଏବଂ ଆନ୍ଦୋଳନ ବନ୍ଦ ହେବାର ନାମ ନେଉନାହିଁ ।

ଏହି ସମୟରେ ଭାରତୀୟ ମହିଳାଙ୍କ ଏହି କେଶ କାଟିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଡ ଅନୁପମା କହିଛନ୍ତି ଯେ ଇରାନରେ ବିରୋଧ ପ୍ରଦର୍ଶ କରୁଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ସେ ଏକ ନିଆରା ଉପାୟ ବାଛିଥିଲେ । ଉତ୍ତରପ୍ରଦେଶର ନୋଏଡା ସେକ୍ଟର 15 ଏରେ ରହୁଥିବା ଡ ଅନୁପମା ଇରାନରେ ଚାଲିଥିବା ବିରୋଧ ସମୟରେ ମହସା ଆମିନୀଙ୍କ ମୃତ୍ୟୁ ବିରୋଧରେ ସୋଶାଲ ମିଡିଆରେ ନିଜ କେଶ କାଟିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କର ଏହି ସୋଶାଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି । ଏଥିରେ ସେ ଇରାନରେ ହିଜାବ ବିରୋଧରେ ପ୍ରଦର୍ଶନକାରୀଙ୍କୁ ଏକ ନିଆରା ଢଙ୍ଗରେ ସମର୍ଥନ କରିଛନ୍ତି । ଇରାନୀୟ ମହିଳାମାନେ କହିଛନ୍ତି ଯେ ସେମାନଙ୍କ ପୋଷାକରେ ହିଜାବ ବାଧ୍ୟତାମୂଳକ ହେବା ଉଚିତ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+