ଡାକ୍ତରଙ୍କ ଠାରୁ ପ୍ରତିଶୋଧ ! କିଡନୀ ଚୋରୀ କରିଥିବା ଡାକ୍ତରଙ୍କ କିଡନୀ ଲଗାଇବାକୁ ମହିଳାଙ୍କ ଦାବି
ସୁନୀତା କହିଛନ୍ତି ଯେ ସେ ଏକ ସ୍ଥାନୀୟ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଯାଇଥିଲେ ଯେଉଁଠାରେ ତାଙ୍କ କିଡନୀ ଚୋରି କରାଯାଇଥିଲା । ସେ ଜୀବିତ ରହିାକୁ ଅଭିଯୁକ୍ତ ଡାକ୍ତରଙ୍କ କିଡନୀକୁ ଆଣି ଲଗାଇବାକୁ ସେ ଦାବି କରିଛନ୍ତି
ପାଟନା : ବିହାରର ମୁଜାଫରପୁରରେ କିଡନୀ ଚୋରି ଅଭିଯୋଗ ଆସିଛି । ପୀଡିତା ସୁନୀତା ଦେବୀ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ଉଭୟ କିଡନୀକୁ ଖୋଲି ନିଆଯାଇଛି । ସୁନୀତା କହିଛନ୍ତି ଯେ ସେ ଏକ ସ୍ଥାନୀୟ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଯାଇଥିଲେ ଯେଉଁଠାରେ ତାଙ୍କ କିଡନୀ ଚୋରି କରାଯାଇଥିଲା । ସେ ଜୀବିତ ରହିାକୁ ଅଭିଯୁକ୍ତ ଡାକ୍ତରଙ୍କ କିଡନୀକୁ ଆଣି ଲଗାଇବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ କିଡନୀ ଚୋରି କରିଥିବା ସେହି ଡାକ୍ତରଙ୍କ କିଡନୀ ପ୍ରତିରୋପଣ କରିବାକୁ ଚାହୁଁଛି ।

ମୁଜାଫରପୁର କିଡନୀ ଚୋରି ମାମଲାରେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, 38 ବର୍ଷ ବୟସ୍କା ମହିଳା ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସକେଏମଏଚ) ରେ ଚିକିତ୍ସିତ ହେଉଛନ୍ତି । ମହିଳାଙ୍କୁ ଜୀବିତ ରଖିବା ପାଇଁ ନିୟମିତ ଡାଏଲିସିସରେ ରଖାଯାଇଛି ।
ରିପୋର୍ଟ ଅନୁଯାୟୀ, ସୁନୀତା ଗଣମାଧ୍ୟମକୁ କହିଛନ୍ତି, "ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ମୋର ଉଭୟ କିଡନୀ କାଢିଥିବା ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରାଯାଉ । ତାଙ୍କ କିଡନୀ ଆଣି ପ୍ରତିରୋପଣ ପାଇଁ ମୋତେ ଦିଆଯାଉ ଯାହା ଦ୍ୱାରା ମୁଁ ବଞ୍ଚି ପାରିବି ।"
ସେ କହିଛନ୍ତି ଯେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଟଙ୍କା ପାଇଁ ଗରିବ ଲୋକଙ୍କ ଜୀବନ ସହ ଖେଳୁଥିବା ଏହିପରି ଲୋଭୀ ଡାକ୍ତରଙ୍କ ପାଇଁ ଏକ ଶିକ୍ଷା ହେବ । ପୀଡିତା ମହିଳାଙ୍କର ତିନୋନି ଜଣ ପିଲା ଅଛନ୍ତି । ସେମାନଙ୍କର ଯତ୍ନ ନେବା ପାଇଁ ସୁନୀତା ଯେକୌଣସି ମତେ ଜୀବିତ ରହିବାକୁ ଚାହାଁନ୍ତି ।
ରିପୋର୍ଟ ଅନୁଯାୟୀ ଗତ ସେପ୍ଟେମ୍ବରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଡ ଆର.କେ ସିଂହ ଫେରାର୍ ଅଛନ୍ତି । ପୋଲିସ ମଧ୍ୟ ଡାକ୍ତରଙ୍କ ଟେର୍ ପାଉନି । ଖବର ଅନୁଯାୟୀ, ମହିଳା ଜଣକ ତାଙ୍କ ଗର୍ଭାଶୟ ସଂକ୍ରମଣର ଚିକିତ୍ସା ପାଇଁ ମୁଜାଫରପୁର ସହରର ବାରିପୁର ଅଞ୍ଚଳରେ ଥିବା ଏକ ଘରୋଇ କ୍ଲିନିକକୁ ଯାଇଥିଲେ । ଗତ ସେପ୍ଟେମ୍ବର 3 ରେ ତାଙ୍କ ଅପରେସନ୍ କରାଯାଇଥିଲା ।












Click it and Unblock the Notifications